ଆଜମଗଡ଼ ଉପନିର୍ବାଚନ ଜିତିଲା ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିଲେ ନିରହୁଆ, କହିଲେ ଏମିତି କଥା
Khabar Odisha:Politics-Dinesh-Lal-Yadav-Nirhua-met-CM-Yogi-winning-Azamgarh-election

ଲଖନଉ, ଜୁନ୍ ୨୯ (ଖବର ଓଡ଼ିଶା): ଦିନଶେ ଲାଲ ଯାଦବ ଓରଫ ନିରହୁଆ ଉତ୍ତର ପ୍ରଦେଶର ଆଜମଗଡ଼ରେ ଉପନିର୍ବାଚନରେ ବିଜୟୀ ହେଲା ପରେ ଚର୍ଚ୍ଚାକୁ ଆସିଛନ୍ତି । ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି । ତାଙ୍କର ବିଜୟର ଶ୍ରେୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ । ସେ କହିଛନ୍ତି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଯୋଗୁଁ ତାଙ୍କୁ ଆଜମଗଡ଼ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜୟ ମିଳିଛି । ସେ ସମାଜବାଦୀ ପାର୍ଟି ଦ୍ୱାରା ଅଣାଯାଇଥିବା ସମସ୍ତ ଅଭିଯୋଗକୁ ଖାରଜ କରିଛନ୍ତି । ଦିନେଶ ଲାଲ ଯାଦବ କହିଛନ୍ତି ଯେ, ମୁସଲିମ ଓ ଯାଦବ ଫ୍ୟାକ୍ଟର ଯାହାକୁ ସମାଜବାଦୀ ପାର୍ଟି ନିଜର ବୋଲି ଦାବି କରିଥାଏ, ଏବେ ଏହା ମୋଦୀ-ଯୋଗୀ ଫ୍ୟାକ୍ଟର ହୋଇଯାଇଛି । 

ନିରହୁଆ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ମଙ୍ଗଳବାର ଭେଟିଲା ପରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଆଶୀର୍ବାଦ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଆଶୀର୍ବାଦ ଦେଇଥିଲେ । ଉପନିର୍ବାଚନ ପରେ ପ୍ରଥମ ଥର ପାଇଁ ଲଖନଉ ପହଞ୍ଚିଥିବା ଦିନେଶ ଲାଲ ଯାଦବ କହିଛନ୍ତି ଯେ, ମୁଁ ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଭକ୍ତ । ଆଜିର ଦିନରେ ଭକ୍ତ କହିଲେ ଟ୍ରୋଲ ହେବାକୁ ପଡୁଛି । କିନ୍ତୁ ଏହା ମୋ ପାଇଁ ଗର୍ବର ବିଷୟ । ନିଜକୁ ଭକ୍ତ କହିବାର କାରଣ ହେଲା ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ସମାଜସେବାରେ ଲାଗିଛନ୍ତି । 

ସୂଚନାଯୋଗ୍ୟ, ଆଜମଗଡ଼ରେ ଦିନେଶ ଲାଲ ଯାଦବ ସମାଜବାଦୀ ପାର୍ଟି ପ୍ରାର୍ଥୀ ତଥା ଅଖିଳେଶ ଯାଦବଙ୍କ ଦାଦାପୁଅ ଭାଇ ଧର୍ମେନ୍ଦ୍ର ଯାଦବଙ୍କୁ ପରାସ୍ତ କରିଛନ୍ତି । ଦିନେଶଙ୍କୁ ୩,୧୨,୭୬୮ ଖଣ୍ଡ ଭୋଟ ମିଳିଥିଲା । ଧର୍ମେନ୍ଦ୍ର ୩,୦୪,୦୮୯ ଖଣ୍ଡ ଭୋଟ ପାଇଛନ୍ତି ।

 

  • Tags:

Subscribe

National International State Sports Entertainment