ଚେନ୍ନାଇ, ମେ ୦୯ (ଖବର ଓଡ଼ିଶା): ତାମିଲନାଡୁରେ ଡିଏମ୍କେର ବରିଷ୍ଠ ନେତା ଓ ରାଜ୍ୟସଭା ସାଂସଦ ତ୍ରିଚୀ ଶିବାଙ୍କ ପୁଅ ରବିବାର ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି । ଟି ଶିବାଙ୍କ ପୁଅ ସୂର୍ଯ୍ୟା ବିଜେପିରେ ଯୋଗଦେବା ନେଇ ପୂର୍ବରୁ ହିଁ ଆଭାସ ମିଳୁଥିଲା । ଟି ଶିବା ଡିଏମ୍କେ ପାର୍ଟିରୁ ୪ଥର ରାଜ୍ୟସଭା ସାଂସଦ ହୋଇଛନ୍ତି । ତାଙ୍କୁ ୨୦୨୦ ମାର୍ଚ୍ଚରେ ୪ର୍ଥ ଥର ପାଇଁ ରାଜ୍ୟସଭା ପଠାଯାଇଥିଲା । ସେ ଡିଏମ୍କେର ପ୍ରଥମ ସାଂସଦ, ଯିଏକି ୪ଥର ରାଜ୍ୟସଭାକୁ ଯାଇଛନ୍ତି । ପ୍ରଥମ ଥର ସେ ୧୯୯୬ ଯାଇଥିଲେ ।
ତାମିଲନାଡୁ ରାଜନୀତିରେ ଟି ଶିବା ହେଉଛନ୍ତି ଅନ୍ୟତମ ବରିଷ୍ଠ ନେତା । ତାମିଲନାଡୁରେ ହିନ୍ଦି ପଢ଼ିବା ବାଧ୍ୟତାମୂଳକ ଆଇନକୁ ସେ ବିରୋଧ କରିଥିଲେ । ସେ କହିଥିଲେ ଯେ, ତାମିଲନାଡୁରେ ହିନ୍ଦି ଲାଗୁ କରି କେନ୍ଦ୍ର ସରକାର ନିଆଁରେ ଖେଳିବାକୁ ଉଦ୍ୟମ କରୁଛନ୍ତି । ଏହା ବ୍ୟତୀତ କେନ୍ଦ୍ର ସରକାର ଦ୍ୱାରା ଅଣାଯାଇଥିବା କୃଷି ଆଇନ ବିପକ୍ଷରେ ଟି ଶିବା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଟି ଶିବାଙ୍କ ଝିଅ ସୂର୍ଯାଙ୍କ ବିଜେପିରେ ଯୋଗଦେବା ତାମିଲନାଡୁରେ ଡିଏମ୍କେକୁ ବଡ଼ ଝଟକା ଲାଗିଛି । ବିଜେପି ପାଇଁ ଦକ୍ଷିଣ ରାଜ୍ୟରେ ଏହ ଏକ ବଡ଼ ସଫଳତା ।