କଂଗ୍ରେସର ମହାସଚିବ ଦାୟିତ୍ୱ ନେବା ପରେ ଆଜି ପ୍ରଥମ ଥର ଉତ୍ତର ପ୍ରଦେଶ ଆସୁଛନ୍ତି ପ୍ରିୟଙ୍କା ଗାନ୍ଧୀ
Khabar Odisha:Politics-Congress-Congress-General-Secy-Priyanka-Gandhi-will-visit-UP-today

ଲକ୍ଷ୍ନୌ, ଫେବୃୟାରୀ ୧୧ (ଖବର ଓଡ଼ିଶା): କଂଗ୍ରେସ ମହାସଚିବ ଭାବରେ ଦାୟିତ୍ୱ ନେବା ପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ପ୍ରିୟଙ୍କା କହିଛନ୍ତି, ରାଜ୍ୟର ଲୋକଙ୍କ ସହିତ ଏକାଠି ହୋଇ ସେ ନୂତନ ଶୈଳୀରେ ରାଜନୀତି କରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରିୟଙ୍କା କହିଛନ୍ତି, ତାଙ୍କର ରାଜନୀତିରେ ଯେକୌଣସି ଲୋକଙ୍କ ଭାଗିଦାରୀ ହେବ। ସୂଚନାଯୋଗ୍ୟ ପ୍ରିୟଙ୍କାଙ୍କୁ ଉତ୍ତର ପ୍ରଦେଶର ପୂର୍ବାଚଂଳ ଦାୟିତ୍ୱ ଦିଆଯାଇଥିବା ବେଳେ ପଶ୍ଚିମର ଦାୟିତ୍ୱ ନେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ପ୍ରିୟଙ୍କାଙ୍କ ସହିତ ତାଙ୍କର ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଉତ୍ତରପ୍ରଦେଶ ଗସ୍ତରେ ଆସୁଛନ୍ତି। ଗତ ମାସରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମହାସଚିବ ପଦ ପାଇଁ ଘୋଷଣା କରାଯାଇଥିଲା। 

ପ୍ରିୟଙ୍କା କଂଗ୍ରେସ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଆପ୍‌ ‘ଶକ୍ତି’ ମାଧ୍ୟମରେ ରବିବାର କହିଛନ୍ତି, ମୁଁ ଆପଣଙ୍କୁ ଭେଟିବା ପାଇଁ ସୋମବାର (ଫେବୃୟାରୀ ୧୧)ରେ ଲକ୍ଷ୍ନୌ ଆସୁଛି। ମୋର ଆଶା ଯେ, ଆପଣମାନଙ୍କ ସହିତ ମୋର ଭେଟ ହେବ। ମୋର ଭାଇ, ଭଉଣୀ ଏବଂ ଅନ୍ୟ ସମସ୍ତ ସ୍ୱର ଶୁଣାଯିବ। କଂଗ୍ରେସ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ବିମାନବନ୍ଦର ଠାରୁ କଂଗ୍ରେସର ରାଜ୍ୟ ମୁଖ୍ୟ ଅଫିସ ଯାଏଁ ରୋଡ ଶୋ’ର ଆୟୋଜନ ହୋଇପାରେ। ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଏହି ବିଶାଳ ଆୟୋଜନକୁ ଶଙ୍ଖନାଦ ବୋଲି କୁହାଯାଉଛି। ଗସ୍ତ ପୂର୍ବରୁ ପ୍ରିୟଙ୍କା କହିଛନ୍ତି, ଆସନ୍ତୁ ଏକ ନୂଆ ଭବିଷ୍ୟତ ଗଢ଼ିବା। 

  • Tags:

Subscribe

National International State Sports Entertainment