ବିହାରରେ ଜେଡିୟୁକୁ ଡାକୁଛି ବିରୋଧୀ ଦଳ, ନୀତିଶ କୁମାର କହିଲେ- ନା ବାବା...ନା ବାବା
Khabar Odisha:Politics-Bihar-Opposition-wants-CM-Nitish-Kumar-should-exit-from-NDA

ପାଟଣା, ଅଗଷ୍ଟ ୧୪ (ଖବର ଓଡ଼ିଶା): ସପ୍ତଦଶ ଲୋକସଭା ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହୋଇଥିବା ମହାମେଣ୍ଟ ଏବେ ନିଜ ଉପରୁ ଭରସା ତୁଟାଇ ଦେଇଛି । ନିର୍ବାଚନ ଫଳାଫଳ ଆସିବା ପରେ ଜେଡିୟୁକୁ ଏନଡିଏରୁ ଅଲଗା ହେବା ପାଇଁ ମହାମେଣ୍ଟ ଦଳ ପରାମର୍ଶ ଦେଉଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧୀଙ୍କ ନିମନ୍ତ୍ରଣକୁ ମନା କରି ଦେଇଛନ୍ତି । ବିରୋଧୀ କହିଛି ସମାଜବାଦୀ ଧାରାର ରାଜନୀତିକୁ ମଜବୁତ କରିବା ପାଇଁ ଅଲଗା ହୋଇଯାଆନ୍ତୁ । ମାତ୍ର ଜେଡିୟୁର ନେତା ଏହି ମହାମେଣ୍ଟର ନେତାଙ୍କ କଳ୍ପନା ବୋଲି କହିଛନ୍ତି । ଜେଡିୟୁ କହିଛି, ୨୦୧୯ ଭଳି ଏନଡିଏ ୨୦୨୦ ବିଧାନସଭା ନିର୍ବାଚନରେ ପ୍ରଦର୍ଶନ କରିବ । ବିରୋଧୀଙ୍କ ମୂଳପୋଛ ହେବ । 

ସଂସଦରେ ଯେଭଳି ଭାବେ ଜେଡିୟୁର ବିରୋଧ ପରେ ବି ତିନି ତଲାକ, ଧାରା ୩୭୦ ଓ ୩୫-ଏ ପାସ ହୋଇଛି । ଏହାକୁ ନେଇ ରାଜନୈତିକ ଉଷ୍ନତା ଦେଖାଯାଇଛି । ଏହି ପ୍ରସଙ୍ଗରେ ଜେଡିୟୁ ୨ ଧାରାରେ ଭାଗ ହୋଇଥିବା ଚର୍ଚ୍ଚା ହେଉଛି । ମାତ୍ର ପାର୍ଟିରେ ୨ ନମ୍ବର ନେତା କୁହାଯାଉଥିବା ଆରସିପି ସିଂହଙ୍କ କହିବା ଅନୁସାରେ ଦେଶରେ ଯେଉଁ ଆଇନ ଗଢ଼ି ହୋଇଛି, ଏହାକୁ ପାଳନ କରିବା ସମସ୍ତଙ୍କର କର୍ତ୍ତବ୍ୟ ଅଟେ । 

ଆରସିପିଙ୍କ ଭଳି ପାର୍ଟିରେ ରାଷ୍ଟ୍ରୀୟ ମହାସଚିବ ଶ୍ୟାମ ରଜକଙ୍କ ଚିନ୍ତାଧାରା ଭିନ୍ନ । ତାଙ୍କ କହିବା ଅନୁସାରେ ଯଦିଓ ଆଇନରେ ପରିଣତ ହୋଇଛି କିନ୍ତୁ ଗଣତନ୍ତ୍ରରେ ଆଇନର ବି ବିରୋଧ ହୋଇଥାଏ । ସେ ବିଜେପି ଓ କଂଗ୍ରେସ ଉପରେ ଦେଶକୁ ନିମ୍ନଗାମୀ କରାଯାଉଥିବା ଅଭିଯୋଗ ଆଣିଛନ୍ତି । ଜେଡିୟୁ ନେତାଙ୍କ ଭିନ୍ନ ରାୟ ବିରୋଧୀଙ୍କୁ ସମର୍ଥନ ଜଣାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜଣେ ନେତା କହିଛନ୍ତି, ଜେଡିୟୁର ବିଜେପି ସହିତ ସଂପର୍କ ଅଧିକ ଦିନ ପାଇଁ ରହିବ ନାହିଁ । 

ଯଦି ବିହାର ରାଜନୀତି ଉପରେ ଆଲୋଚନା କରିବା ତା’ ହେଲେ, ଜେଡିୟୁ ବିହାରରେ ଏଭଳି ସ୍ଥିତି ମଜବୁତ କରିଛି, ଯାହାଦ୍ୱାରା କି ବିନା ସାହାଯ୍ୟରେ କୌଣସି ରାଜନୈତିକ ଦଳ ଅଧିକ ଦିନ ତିଷ୍ଠି ପାରିବ ନାହିଁ । ବର୍ଷ ୨୦୧୫ରେ ଜେଡିୟୁର ହାତ ଧରିଥିଲା ରାଷ୍ଟ୍ରୀୟ ଜନତା ଦଳ । ପାର୍ଟି ୧୦ ବର୍ଷ ପରେ କ୍ଷମତାକୁ ଆସିଥିଲା । ମାତ୍ର ୨ ବର୍ଷ ମଧ୍ୟରେ ସଂପର୍କ ଶେଷ ହୋଇଯାଇଥିଲା । ଜେଡିୟୁ ସହିତ ବିଜେପି ହାତ ଧରି ଏବେ କ୍ଷମତା ଜାରି ରଖିଛି । 

  

 

  • Tags:

Subscribe

National International State Sports Entertainment