ପଶ୍ଚିମବଙ୍ଗରେ ଭର୍ଚ୍ୟୁଆଲ ରାଲି ମାଧ୍ୟମରେ ମମତା ସରକାର ବିରୋଧରେ ଅଭିଯାନ ଆରମ୍ଭ କରିବେ ଅମିତ ଶାହା
Khabar Odisha:Politics-Amit-Shah-to-address-virtual-rally-in-West-Bengal-for-upcoming-assembly-elections

ନୂଆଦିଲ୍ଲୀ, ଜୁନ ୦୯ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ଦେଶର ନିର୍ବାଚନ ପ୍ରଚାରର ଚିତ୍ର ବଦଳାଇ ଦେଇଛି । ବିହାର ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବେ ପଶ୍ଚିମବଙ୍ଗରେ ଭର୍ଚ୍ୟୁଆଲ ରାଲି ମାଧ୍ୟମରେ ବିଜେପିର ଅଭିଯାନ ଆରମ୍ଭ କରିବାକୁ ଯାଇଛନ୍ତି । ଶାହଙ୍କ ଏହି ରାଲି ଏଇଥି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି, କାରଣ ରାଜ୍ୟରେ ଆସନ୍ତା ବର୍ଷ (୨୦୨୧)ରେ ବିଧାନସଭା ନିର୍ବାଚନ ହେବ । ଏଥି ପାଇଁ ବିଜେପି ଏବେଠାରୁ ପ୍ରସ୍ତୁତ ହୋଇସାରିଛି । ଅନ୍ୟପକ୍ଷରେ ଅମିତ ଶାହାଙ୍କ ରାଲିକୁ ନେଇ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ଚିନ୍ତା ବଢ଼ିଯାଇଛି । 

ଅମିତ ଶାହା ଭିନ୍ନ ଭିନ୍ନ ମିଡିଆ ପ୍ଲାଟଫର୍ମରେ ଆଜି ଦିନ ୧୧ଟାରେ ବିଜେପି କର୍ମକର୍ତ୍ତା ଓ ସାଧାରଣ ଲୋକଙ୍କ ସହିତ ଆଲୋଚନା କରିବେ । ଏହି ଭର୍ଚ୍ୟୁଆଲ ରାଲିରେ ବିଜେପିର ସମସ୍ତ ବଡ଼ ନେତା ଉପସ୍ଥିତ ରହିବେ । ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଏହି ରାଲି ରାଜ୍ୟରେ ପୂରା ଚିତ୍ର ବଦଳାଇବ । ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଏହା ହୋଉଛି ଆମର ପ୍ରଥମ ରାଲି । ଏହି ରାଲିରେ ସର୍ବାଧିକ ଲୋକଙ୍କୁ ଆମେ ସାମିଲ କରିବୁ 

ସୂଚନାଯୋଗ୍ୟ, ବିହାରରେ ବିଜେପି ଶାହାଙ୍କ ଭର୍ଚ୍ୟୁଆଲ ରାଲିକୁ ସଫଳ କରିବା ପାଇଁ ସବୁ ପ୍ରକାରର ଉଦ୍ୟମ କରିଥିଲା । ରାଲିକୁ ସଫଳ କରିବା ପାଇଁ ୭୨ ହଜାର ବୁଥରେ ୭୨ ହଜାର ଏଲଇଡି ସ୍କ୍ରିନ ଲଗାଇଥିଲା । ପଶ୍ଚିମବଙ୍ଗରେ ମଧ୍ୟ ବିଜେପି ଏହି ଭଳି ଭାବରେ ପ୍ରସ୍ତୁତି କରିଛି । ଦିଲୀପ ଘୋଷ କହିଛନ୍ତି, ଆସନ୍ତା ୩-୪ ମାସ ମଧ୍ୟରେ ଅନେକଗୁଡ଼ିଏ ରାଜନୈତିକ ବୈଠକ ଅନୁଷ୍ଠିତ ହେଉଥିବାରୁ ଏହି ରାଲି ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଏହି ରାଲିର ଆୟୋଜନ କରାଯାଉଛି । 

ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଶ୍ରୀ ଘୋଷ କହିଛନ୍ତି, ରାଜ୍ୟରେ ମୋଟ ୮୦ ହଜାର ବୁଥ ଅଛି । ଆମର ବୁଥ କମିଟି ୬୫ ହଜାର ଅଛି । ପ୍ରତିଟି ବୁଥ କମିଟିରେ ଅତିକମରେ ୫ ଜଣ ସଦସ୍ୟ ଓ ହାରାହାରି ୧୦ରୁ ୧୫ ସଦସ୍ୟ ଅଛନ୍ତି । ସେହିଭଳି ୫ ଲକ୍ଷରୁ ଅଧିକ ଲୋକ ସପରିବାର ସହିତ ଆମର ଭର୍ଚ୍ୟୁଆଲ ରାଲିରେ ଯୋଡ଼ହେବେ । ଏଥି ସହିତ ୨୫ ହଜାର ହ୍ୱାଟ୍ସଆପ ଗ୍ରୁପ ଖୋଲାଯାଇଛି । ଯେଉଁଠି ସ୍ମାର୍ଟଫୋନ ଓ ଇଣ୍ଟରନେଟ ସୁବିଧା ନାହିଁ, ସେଠାରେ ମୋବାଇଲ ନମ୍ବର ଦିଆଯାଇଛି । 

 

  • Tags:

Subscribe

National International State Sports Entertainment