ଗୁଜରାଟ ପାକିସ୍ତାନ ନୁହେଁ: ଫଡଣବୀସ
Khabar Odisha:Political-Gujarat-is-not-Pakistan-says-deputy-CM-of-Maharastra-Devendra-Ffadnavis

ମୁମ୍ବାଇ, ସେପ୍ଟେମ୍ବର ୧୭ (ଖବର ଓଡ଼ିଶା): ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ ଶୁକ୍ରବାର କହିଛନ୍ତି ଯେ, ଗୁଜୁରାଟ ପାକିସ୍ତାନ ନୁହେଁ । ବେଦାନ୍ତ-ଫକ୍ସକନ୍ ପ୍ରକଳ୍ପ ନେଇ ଫଡଣବୀସ ଏହା କହିଛନ୍ତି । ଏହି ପ୍ରକଳ୍ପ ନେଇ ଗୁଜରାଟରେ ଚାଲିଥିବା ବିବାଦକୁ ନେଇ ଶିବସେନା ଏବଂ ଏନ୍‌ସିପିଙ୍କୁ ଟାର୍ଗେଟ କରିଛନ୍ତି ଫଡଣବୀସ । ମୁମ୍ବାଇରେ ଲଘୁ ଉଦ୍ୟୋଗ ଭାରତୀର ମହାରାଷ୍ଟ୍ର ରାଜ୍ୟ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ପ୍ରକଳ୍ପକୁ ଗୁଜରାଟ ସ୍ଥାନାନ୍ତରିତ କରାଯିବା ପାଇଁ ବିଗତ ମହାବିକାଶ ଅଘାଡି ସରକାର ଦାୟୀ । 

ସୂଚନାଯୋଗ୍ୟ, ମହାରାଷ୍ଟ୍ରରୁ ୧.୫୪ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ‘ବେଦାନ୍ତ-ଫକ୍ସକନ୍‌’କୁ ଗୁଜରାଟ ସ୍ଥାନାନ୍ତରିତ କରାଯାଇଛି । ଏହା ପରେ ବିରୋଧୀ ଦଳ ଲଗାତାର ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ଏସଂକ୍ରାନ୍ତରେ ଶୁକ୍ରବାର ଫଡଣବୀସ ବିରୋଧୀ ଦଳକୁ ଟାର୍ଗେଟ କରି କହିଛନ୍ତି ଯେ, ତତ୍କାଳୀନ ସରକାର ଏହି ପ୍ରକଳ୍ପ ସ୍ଥାନାନ୍ତରିତ ପାଇଁ ଦାୟୀ । ପୂର୍ବବର୍ତ୍ତୀ ସରକାର ସକ୍ରିୟ ନ ଥିବାରୁ ଏହି ପ୍ରକଳ୍ପ ଗୁଜରାଟ ଚାଲିଯାଇଥିଲା । ସେ କହିଛନ୍ତି ଯେ, ଗୁଜରାଟ ପାକିସ୍ତାନ ନୁହେଁ । 

 

  • Tags:

Subscribe

National International State Sports Entertainment