ପିପିଲି ଉପନିର୍ବାଚନ : ବିଜେଡ଼ି ବିରୋଧରେ ପ୍ରଚାର ନକରିବାକୁ ବିଜେପି କର୍ମୀଙ୍କୁ ଧମକ୍‌
Khabar Odisha:Pipili-by-election-BJP-workers-threatened-not-to-campaign-against-BJD

ପିପିଲି, ଏପ୍ରିଲ ୫ (ଖବର ଓଡ଼ିଶା): ଆଗକୁ ଆସୁଛି ପିପିଲି ଉପନିର୍ବାଚନ । ହାତରେ ଆଉ ମାତ୍ର କେଇଟା ଦିନ ଥିବାରୁ ଏବେ ପ୍ରଚାର ମଇଦାନରେ ଚାଲିଛି ଜୋରଦାର ଲଢେଇ । ତିନି ପ୍ରମୁଖ ଦଳ ଏବେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି । ଏହାରି ମଧ୍ୟରେ ବିଜେଡ଼ି ବିରୋଧରେ ପ୍ରଚାର ନକରିବାକୁ ବିଜେପି କର୍ମୀଙ୍କୁ ଧମକ୍ ଦେଇଛନ୍ତି ବିଜେଡ଼ି କର୍ମୀ ।

ଏବେ ପିପିଲି ରକ୍ତମୁଖା ହୋଇଛି ବିଜେଡ଼ି । ପ୍ରଚାର ସମୟରେ ବିଜେଡ଼ି ବା ଶାସକ ଦଳ ବିରୋଧରେ କିଛି କହିଲେ ବିଜେପି କର୍ମୀ ମାନଙ୍କୁ ଗାଳିଗୁଲଜ କରିବା ସହିତ ବିଜେଡ଼ି କର୍ମୀ ମାନେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ୍ ଦେଇଥିବା ଅଭିଯୋଗ ହୋଇଛି । 

ଗତ କାଲି ପିପିଲି କୋଠବାଡ ପଞ୍ଚାୟତର ପୁରୁଣା ଡେଲାଙ୍ଗ ଅଞ୍ଚଳରେ ବିଜେପି ନେତ୍ରୀ ଅର୍ଚ୍ଚନା ଦାସ ଓ ସୁବାଶିନୀ ପୃଷ୍ଟି ପ୍ରଚାର କରୁଥିବା ସମୟରେ ବାଇକ୍ ରେ କିଛି ବିଜେଡ଼ି କର୍ମୀ ଆସି ସେମାନଙ୍କୁ ବିଜେଡ଼ି ଏବଂ ମହାରଥୀଙ୍କ ପରିବାର ବିଷୟରେ କିଛି ନକହିବା ପାଇଁ ଧମକାଇଥିଲେ । ଏବଂ ଯଦି ସେମାନେ ନମାନ୍ତି ତେବେ ସେମାନଙ୍କୁ ଜୀବନରେ ମାରିଦେବା ପାଇଁ ମଧ୍ୟ ଧମକ୍ ଦେଇଥିବା ଅଭିଯୋଗ କରିଛନ୍ତି ଦୁଇ ବିଜେପି ନେତ୍ରୀ ।

ଏନେଇ ଦୁଇ ବିଜେପି ନେତ୍ରୀ ଥାନାର ଦ୍ୱାରସ୍ଥ ହୋଇଥିବା ସୁଚନା ମିଳିଛି ।

  • Tags:

Subscribe

National International State Sports Entertainment