ଅପରାହ୍ନ ୫ ଟା ଯାଏଁ ଗୃହ ମୁଲତବୀ, ଦିବ୍ୟଶଙ୍କର ମିଶ୍ରଙ୍କୁ ଗୃହରେ ପୁରାଇ ନଦେବାକୁ ବିରୋଧୀଙ୍କ ଧାରଣା ଜାରି
Khabar Odisha:Opposition-groups-called-for-a-boycott-of-the-assembly-which-was-adjourned-until-4-pm

ଭୁବନେଶ୍ୱର, ଡିସେମ୍ବର ୧(ଖବର ଓଡ଼ିଶା): ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶିତକାଳୀନ ଅଧିବେଶନ । ଏଥିରେ ଭିଡିଓ କନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ ଯୋଡି ହୋଇ ପୁର୍ବତ୍ତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ, ଉମେଶ ଚନ୍ଦ୍ର ସ୍ୱାଇଁ,ରାମରାୟ ମୁଣ୍ଡା, ପୁର୍ବତ୍ତନ ସିପାହି ସୀତାରାମ ମୁର୍ମୁଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହା ପରେ ଅପରାହ୍ନ ୫ ଯାଏଁ ଗୃହକୁ ମୁଲତବି ଘୋଷଣା କରାଯାଇଛି । ତେବେ କଂଗ୍ରେସ ବିଧାୟକ ମାନେ ବିଧାନସଭାକୁ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭା ଭିତରକୁ ନପୁରାଇ ଦେବାକୁ କଂଗ୍ରେସ ବିଧାୟକମାନେ ବିଧାନସଭାର ୩ ଗେଟ୍‌ରୁ ୨ ଗେଟ୍‌ରେ ଧାରଣାରେ ବସିଛନ୍ତି।

ଏହି ଅବସରରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ମମିତା ମେହେର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଜଡିତ ଥିବା ଅଭିଯୋଗ ଥିବା ହେଉଥିଲେ ମଧ୍ୟ ପୋଲିସ ସେ ଦିଗରେ ତଦନ୍ତ କରୁ ନାହିଁ । ତେବେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ଏହି ମାମଲାରେ ନିଜର ମୁହଁ ଖୋଲୁ ନାହାନ୍ତି । ଏହା ସହିତ ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଆଗରୁ ଲେଖା କାଗଜ ପଢୁଥିବାବେଳେ ଏବେ ତାଙ୍କର ଆଗରୁ ରେକର୍ଡ ହୋଇଥିବା ଭିଡିଓ ବଜାଇ ଦିଆଯାଉଛି। 

ସେ ଏହା ମଧ୍ୟ କହିଛନ୍ତି ଯେ ସାରା ଓଡିଶାବାସୀ ତାଙ୍କୁ ଭୋଟ ଦେଇ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ବେଳେ ସେ ମମିତା ମୃତ୍ୟୁ ମାମଲାରେ ସେ ଚୁପ୍ ରହିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଉତ୍ତରଦାୟି ହୋଇଥିବା ବେଳେ ସେ ଅଭିଯୁକ୍ତ ମାନଙ୍କୁ ଘଣ୍ଟ ଘୋଡାଉଛନ୍ତି । ଏହା ସହିତ ସେ ପୋଲିସ ଉପରେ ମଧ୍ୟ ଗୁରୁତ୍ତର ଅଭିଯୋଗ କରିଛନ୍ତି ଯେ ମମିତା ମୃତ୍ୟୁ ମାମଲାର ତଦନ୍ତ ବଲାଙ୍ଗିର ଜିଲ୍ଲାର ଡିଏସପି କରୁଥୁିବା ବେଳେ ସେ ଏହି ମାମଲା ସହିତ ଜଡିତ ସମସ୍ତ ତଥ୍ୟ ନଷ୍ଟ କରି ଦେଇଛନ୍ତି । 

  • Tags:

Subscribe

National International State Sports Entertainment