ନୂଆପଡା: ଉପନିର୍ବାଚନ ପାଇଁ ଦୁଲୁକୁଛି ନୂଆପଡା । ନଭେମ୍ବର ୧୧ରେ ହେବ ମତଦାନ । ନାମାଙ୍କନ ପତ୍ର ଯାଞ୍ଚ ପରେ ଆଜି ହେଉଛି ପ୍ରାର୍ଥୀ ପତ୍ର ପ୍ରତ୍ୟାହାରରର ଶେଷ ତାରିଖ । ୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଳ କରିଥିବା ବେଳେ ୫ ଜଣଙ୍କ ନାକଚ ହେବାରୁ ଏବେ ମଇଦାନରେ ଅଛନ୍ତି ୧୪ ପ୍ରାର୍ଥୀ । ତେବେ ନୂଆପଡାରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ହେଉଛି ତ୍ରିମୁଖୀ ଲଢେଇ ।
ତିନି ଦଳ ପ୍ରଚାର ଜୋରସୋରରେ ଚଲାଇଛନ୍ତି । ବିଜେପିରୁ ଜୟ ଢୋଲକିୟା, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସରୁ ଘାସିରାମ ମାଝୀ ୱାର୍ଡ ୱାର୍ଡ ବୁଲି ପ୍ରଚାର ଚଲାଇଛନ୍ତି । ତିନି ଦଳ ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ଦିନ ରାତି ଏକ କରି ଦେଇଛନ୍ତି । ତିନି ପ୍ରାର୍ଥୀ ଡୋର ଡୁ ଡୋର କ୍ୟାମ୍ପେନିଂ କରୁଛନ୍ତି । ଜୟ ଢୋଲକିୟାଙ୍କ ପାଇଁ ରାଜ୍ୟର ଅନେକ ମନ୍ତ୍ରୀ ପ୍ରଚାର ମଇଦାନରେ ଅଛନ୍ତି । ବିଜେଡି ଓ କଂଗ୍ରେସ ପକ୍ଷରୁ ମଧ୍ୟ ନିଜ ନିଜର ବରିଷ୍ଠ ନେତାମାନେ ନୂଆପଡାରେ ଡେରା ପକାଇଛନ୍ତି । ଏବେ ନୂଆପଡା ମାଳ ମାଳ ନେତାରେ ଭର୍ତ୍ତି ହୋଇ ଯାଇଛି ।
ପ୍ରାର୍ଥୀଙ୍କ ହାତରେ ପ୍ରଚାର ପାଇଁ ଆଉ ଦୁଇ ସପ୍ତାହର ସମୟ ରହିଛି । ବିଜେପି ପ୍ରାର୍ଥୀ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଚାର ମଇଦାନକୁ ଓହ୍ଲାଇବେ । ସେହିପରି ବିଜେଡି ପ୍ରାର୍ଥୀଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବେ । କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ସଚିନ ପାଇଲଟ, କହ୍ନେୟା କୁମାର, ରେବନ୍ତ ରେଡ୍ଡୀଙ୍କ ପରି ନାଁ ଥିବା ବେଳେ ସେମାନେ କେବେ ପ୍ରଚାର କରିବେ ତାହା ଜଣା ପଡିନି । କିନ୍ତୁ ଘାସିରାମ ମାଝୀ ଗଳି କନ୍ଦି ବୁଲି ନିଜର ପ୍ରଚାର ଚଲାଇଛନ୍ତି ।
Also read: ପୁଣି ଆସୁଛି ଲଘୁଚାପ; ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା