ଶେଷ ପର୍ଯ୍ୟାୟର ପ୍ରୟାସ ଜାରି, ଗଡକରୀଙ୍କ ବୟାନ-ମଧ୍ୟସ୍ଥତା ପାଇଁ ପ୍ରସ୍ତୁତ, ଶିବସେନାକୁ ଦିଆଯାଇନି ପ୍ରତିଶ୍ରୁତି
Khabar Odisha:National-politics-Maharashtra-Political-Crisis-Union-Minister-Nitin-Gadkari-Is-In-Mumbai-Says-He-Is-Ready-For-Mediation
ମୁମ୍ୱାଇ,ନଭେମ୍ବର ୦୮(ଖବର ଓଡିଶା):

ମହାରାଷ୍ଟ୍ରରେ ନୂଆ ସରକାର ଗଠନ ପାଇଁ ଧାର୍ଯ୍ୟ ସମୟସୀମା ଯେତେ ପାଖେଇ ଆସୁଛି, ରାଜ୍ୟରେ ରାଜନୈତିକ ହଇଚଇ ମଧ୍ୟ ସେତିକି ବଢିବାରେ ଲାଗିଛି । ରାଷ୍ଟ୍ରପତି ଶାସନରୁ ବଞ୍ଚିବା ପାଇଁ ବିଜେପି ଶେଷ କିଛି ଘଣ୍ଟା ପୂର୍ବରୁ ଅନ୍ତିମ ପ୍ରୟାସକୁ ଜୋରଦାର କରିଛି । ଗୋଟିଏ ପଟେ ରାଜ୍ୟରେ ବିଜେପିର ସଂକଟମୋଚକ ତଥା କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ମୁମ୍ୱାଇରେ ପହଞ୍ଚିଥିବା ବେଳେ ଅନ୍ୟପଟେ ଶିବସେନା ଏବଂ କଂଗ୍ରେସ ବୈଠକ ମାଧ୍ୟମରେ ମନ୍ଥନ କରିବାରେ ଲାଗିଛି । ଏହା ପୂର୍ବରୁ ଶିବସେନା ସାଂସଦ ରାଉତ ଏବଂ ଏନସିପି ନେତା ନବାୱ ମଲ୍ଲିକ ରାଷ୍ଟ୍ରପତି ଶାସନର ଆଂଶକା ପ୍ରକଟକରି ବିଜେପି ଉପରେ ଆକ୍ରମଣ କରିଥିଲେ । 

ଶିବସେନା ନୂଆ ସରକାରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଡି ବସିଛି । ଶିବସେନାର ବିଧାୟକମାନଙ୍କୁ ମାତୋଶ୍ରୀ ପାଖରେ ଥିବା ଏକ ହୋଟେଲରେ ରଖାଯାଇଛି ।  କୁହାଯାଉଛି ଯେ ପାର୍ଟିର ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସଙ୍କ ମଧ୍ୟରେ ଆଲୋଚନା ହୋଇପାରି ନାହିଁ । ଏହାରି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଏବଂ ମହାରାଷ୍ଟ୍ରର ରାଜନୀତିରେ ସବୁଠାରୁ ଅଧିକ କ୍ଷମତା ରଖୁଥିବା ନିତିନ ଗଡକରୀ କହିଛନ୍ତି ଯେ ଦରକାର ପଡିଲେ ବିଜେପି ଏବଂ ଶିବସେନା ମଧ୍ୟରେ ମଧ୍ୟସ୍ଥତା ପାଇଁ ପ୍ରସ୍ତୁତ ଅଛୁ । ଏହାସହ ଗଡକରୀ ସ୍ପଷ୍ଟ କରିଛନ୍ତି ଯେ, ଶିବସେନା ସହ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ଆଲୋଚନା ହୋଇନାହିଁ । ଗଡକରୀ କହିଛନ୍ତି ଅଢେଇ-ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ପ୍ରତିଶ୍ରୁତି ହୋଇନାହିଁ ଏବଂ ଦେବେନ୍ଦ୍ର ଫଡଣଭିସଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ହେବ । ଅନ୍ୟପଟେ କଂଗ୍ରେସ ମଧ୍ୟ ନିଜର ବିଧାୟକମାନଙ୍କୁ ରାଜସ୍ଥାନର ଜୟପୁରକୁ ପଠାଇଛି ।

Subscribe

National International State Sports Entertainment