ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ପ୍ରତିକ୍ରିୟା ରଖିଲେ ଆଇନ୍ ମନ୍ତ୍ରୀ
Khabar Odisha:Minister-Pratap-Jena-Reaction-in-Mahanga-Double-Murder-Case

ଭୁବନେଶ୍ୱର, ଜାନୁଆରୀ ୪ (ଖବର ଓଡ଼ିଶା) : ଜାନୁଆରୀ ୨ର ମାହାଙ୍ଗା ଡବଲ ମର୍ଡର ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଏବେ ଏହାକୁ ନେଇ ତୁତୁମେମେ ଆରମ୍ଭ ହୋଇଗଲାଣି । 

ଏହି ମାମଲାରେ ମୃତକଙ୍କ ପରିବାର ଲୋକ ସିଧାସଳଖ ଏହି ମାମଲାରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଛି ବୋଲି ଅଭିଯୋଗ କରୁଥିବା ବେଳେ ଆଜି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ଓଡ଼ିଶାରେ ଏଭଳି ବର୍ବରଚିତ ହତ୍ୟାକାଣ୍ଡକୁ କେବେ ହେଲେ ସହ୍ୟ କରାଯିବନି ଓ ଅଯଥାରେ ଏହି ମାମଲାକୁ ରାଜନୀତି କରଣ କରାଯାଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଏଥିସହିତ ମାହାଙ୍ଗା ମାମଲାରେ ଆଇନ୍ ତା ବାଟରେ ଯିବ ଓ ପ୍ରକୃତ ଦୋଷୀକୁ ଖୁବ୍ ଶୀଘ୍ର ଗିରଫ କରାଯବି ବୋଲି ମଧ୍ୟ କହିଛନ୍ତି ଆଇନ୍ ମନ୍ତ୍ରୀ ।

ଅନ୍ୟପଟେ ବିରୋଧିଙ୍କୁ ଟାର୍ଗେଟ କରି ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଅପେକ୍ଷା ବିଜେପି ଶାସିତ ରାଜ୍ୟ ଗୁଡିକରେ ରାଜନୈତିକ ହିଂସା ଅଧିକ ଦେଖିବାକୁ ମିଳୁଛି ତେଣୁ ଏହି ମାମଲାରେ ବିଜେପିର ଆରୋପ ଅତି ଦୁଃଖର ବିଷୟ । ଏବଂ ଏଭଳି ଅଭିଯୋଗ କରିବାର ବିଜେପିର କୌଣସି ଅଧିକାର ନାହିଁ ବୋଳି ନିଜ ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ ।

  • Tags:

Subscribe

National International State Sports Entertainment