ମହାରାଷ୍ଟ୍ର: ତୃତୀୟ ଥର ମହାରାଷ୍ଟ୍ରର ଆସନଭାର ସମ୍ଭାଳିବାକୁ ଯାଉଛନ୍ତି ଦେବେନ୍ଦ୍ର ଫଡନାବିସ୍ । ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି, ଯିଏ ବିଜେପିର ସବୁଠୁ କମ୍ ବୟସର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତେବେ ଏତେ କମ୍ ବୟସରୁ ତୃତୀୟ ଥର ମୁଖ୍ୟମନ୍ତ୍ରୀ ସହ ଫଡନାବିସ୍ଙ୍କ ସଫଳତା ତାଙ୍କ ରାଜନୈତିକ କ୍ୟାରିୟରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ।
ତୃତୀୟ ଥର ମହାରାଷ୍ଟ୍ରର ସିଂହାସନ ପଦ ସମ୍ଭାଳୁଥିବା ଦେବେନ୍ଦ୍ର ଫଡନାବିସଙ୍କ ରାଜନୈତିକ କ୍ୟାରିୟର ଟ୍ରେନର ଗତି ଭଳି ଆଗକୁ ମାଡି ଚାଲିଛି । ୨୦୧୩ରେ ସେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ହୋଇଥିଲେ, ସେହିପରି ବର୍ଷକ ପରେ ଅର୍ଥାତ୍ ୨୦୧୪ ମସିହାରେ ସେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଫଡନାବିସ୍ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ ସେ ନିଜଠୁ ବଡ ଓ ଅଭିଜ୍ଞ ରାଜନେତାଙ୍କୁ ପଛରେ ପକାଇଥିଲେ । ନିତିନ୍ ଗଡକରୀ ଓ ବିନୋଦ ତାୱଡେ ଭଳି ଦକ୍ଷ ନେତାଙ୍କୁ ପଛରେ ପକାଇ ସିଂହାସନ ହାତେଇଥିଲେ । ତାଙ୍କ ନେତୃତ୍ୱ ନେବାର କୁଶଳତା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଫଡନାବିସ୍ଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରିଥିଲେ ।
ଫଡନାବିସ୍ ନିଜ ଦାୟିତ୍ୱ ସୂଚାରୁ ରୁପେ ସମ୍ଭାଳିବା ସାଙ୍ଗକୁ ଅନେକ ସମୟରେ ଦଳକୁ ମଜଭୁତ କରିବାକୁ ଲାଗିପଡିଲେ । ୨୦୧୪ରୁ ୨୦୧୯ ଯାଏଁ ମୁଖ୍ୟମନ୍ତ୍ରୀ ରହିବା ପରେ ୨୦୧୯ରେ ବିଜେପି - ଶିବସେନାକୁ ବହୁମତ ମିଳିଥିଲା, କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଦ୍ଧବ ଠାକରେ ଅଲଗା ହୋଇ କଂଗ୍ରେସ ଏନସିପି ସହ ମିଶି ସରକାର ଗଢିଥିଲେ । ସେଥିପାଇଁ ଦେବେନ୍ଦ୍ର ଫଡନାବିସ୍ଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା ।
ଜୁନ୍ ୨୦୨୨ରେ ଏକନାଥ ସିନ୍ଧେ ଶିବସେନାରୁ ଅଲଗା ହୋଇ ମହାୟୁତି ସରକାର ଗଠନ ହେବା ପରେ ଫଡନାବିସ୍ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲା । ଯଦି ଫଡନାବିସ୍ଙ୍କୁ ସେତେବେଳେ ମୁଖ୍ୟମନ୍ତ୍ରୀ କରାଯାଇଥାନ୍ତା, ତେବେ ଉଦ୍ଧବ ଠାକରେ ଓ ଏନଡିଏ ଏହାକୁ ବିରୋଧ କରିଥାନ୍ତେ, ହେଲେ ଉପମୁଖ୍ୟମନ୍ତ୍ରୀ କରାଯିବାରୁ ବିରୋଧୀ ସେତେବେଳେ ରାଜନୈତିକ ଚକ୍ରବ୍ୟୁହରେ ଫଡନାବିସ୍ ଫଶିଯାଇଥିବା କହି ସମାଲୋଚନା କରିଥିଲେ । ଲୋକସଭା ନିର୍ବାଚନରେ ଫଡନାବିସ୍ଙ୍କ ନେତୃତ୍ୱରେ ବିଜେପିର ହାରିବା ପରେ କେତେ ଲୋକଙ୍କୁ ଏପରି ଲାଗିଥିଲା ଯେ ତାଙ୍କ କାହାଣୀରୁ ଏହିଠାରୁ ହିଁ ଶେଷ ହୋଇଯାଉଛି, ହେଲେ ଏହାପରେ ସେ ଜୋରଦାର ଏଂଟ୍ରି ମାରି ବିରୋଧୀଙ୍କୁ ଚକମା ଦେଇଥିଲେ ।
୨୦୨୪ ନିର୍ବାଚନରେ ଉଦ୍ଧବ ଠାକରେ ଓ ଫଡନାବିସ୍ଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା କଡ୍ଡା ଟକ୍କର । ବିଧାନସଭା ନିର୍ବାଚନରେ ଉଦ୍ଧବ ଠାକରେଙ୍କ ବିଶ୍ୱାସଘାତକର ଜବାବ ଫଡାନବିସ୍ ହିନ୍ଦୁତ୍ୱ ସହ ଦେଇ ବାଜି ଜିତିନେଇଛନ୍ତି ।
ମହାରାଷ୍ଟ୍ର ରାଜନୀତିର ବରିଷ୍ଠ ନେତା ଶରଦ ପାୱାର ଯେତେବେଳେ ରାଜନୀତିକୁ ଆସିଥିଲେ, ସେତେବେଳେ ଫଡନାବିସଙ୍କ ଜନ୍ମ ବି ହୋଇନଥିଲା । ଫଡନାବିସ ଯେତେବେଳେ ୮ ବର୍ଷର ହୋଇଥିଲେ, ସେତେବେଳେ ଶରଦ ପାୱାର ୩୮ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ଥିଲେ । ହେଲେ ବର୍ତ୍ତମାନ ଫଡନାବିସ୍ ସେହି ଦକ୍ଷ ରାଜନେତାଙ୍କ କ୍ୟାରିୟରକୁ ପଛରେ ପକାଇ ନିଜେ ମହାରାଷ୍ଟ୍ରର ପାୱାରଫୁଲ ନେତା ଭାବେ ଉଭା ହୋଇଛନ୍ତି ।
ଫଡନାବିସ୍ଙ୍କ ସମ୍ପର୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଉତମ ରହିବା ସାଙ୍ଗକୁ ଆରଏସଏସ ସହ ମଧ୍ୟ ରହିଛି । ମୋଦୀ ଓ ଆରଏସଏସ ମୁଖ୍ୟ ମୋହନ ଭଗତଙ୍କ ସହ ସୁସମ୍ପର୍କ ଯୋଗୁଁ ସେ ବିଜେପିର ବାକି ନେତାମାନଙ୍କ ମଧ୍ୟରୁ ଭିନ୍ନ ।
ନିଜ ଛାତ୍ର ଜୀବନରୁ ଆରଏସଏସ ସହ ଜଡିତ ଫଡନାବିସ୍ ୧୯୮୦ରେ ନୀତିନ୍ ଗଡକରିଙ୍କ ନେତୃତ୍ୱରେ ରାଜନୀତିରେ ସକ୍ରିୟ ହୋଇଥିଲେ । ୧୯୯୨ରେ ପ୍ରଥମଥର ୨୨ବର୍ଷ ବୟସରେ ନାଗପୁର ନଗର ନିଗମରୁ ମେୟର ହୋଇଥିଲେ । ୧୯୯୯ରେ ବିଜେପିରୁ ଜିତି ପ୍ରଥମଥର ପାଇଁ ସେ ହୋଇଥିଲେ ବିଧାୟକ । ଏବେ ୨୦୧୩ ସେ ବିଜେପିର ପ୍ରଦେଶ ଅଧକ୍ଷ ପାଲଟିଥିଲେ । ରାଜନୈତିକ କ୍ଷେତ୍ରରେ ତାଙ୍କ ସଫଳତା ଯୋଗୁଁ ସେ ଆଜି ତୃତୀୟ ଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଛନ୍ତି ।
ଅଧିକ ପଢନ୍ତୁ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଗୋମାସଂ ବିକ୍ରି ଉପରେ ଲାଗିଲା କଟକଣା, ଏଣିକି ସର୍ବସାଧାରଣ ସ୍ଥାନରେ ବିକ୍ରି ହେଲେ ମିଳିବ ଦଣ୍ଡ