ଆସାମ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରୁ ଗୋମାଂସ ବିକ୍ରି ହେବା ନେଇ ସେ କଟକଣା ଲଗାଇଛନ୍ତି । ଏଣିକି ରାଜ୍ୟର କୌଣସି ବି ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ବିକ୍ରି ହୋଇପାରିବନି ଗୋମାଂସ । ଏପରିକି ସର୍ବସାଧାରଣ ସ୍ଥାନରେ ବି ଏହାର ବିକ୍ରି ନେଇ ସେ କଟକଣା ଲଗାଇଛନ୍ତି । କଟକଣା ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ପୂର୍ବରୁ ଗୋମାଂସ ଖାଇବା ଉପରେ ପ୍ରଚଳିତ ଆଇନର ସଂଶୋଧନ କରି ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ଠତି ନିଆଯାଛି । ବୁଧବାର ଦିଲ୍ଲୀରେ ବସିଥିଲା ଆସାମ ସରକାରଙ୍କ କ୍ୟାବିନେଟ୍ ବୈଠକ । ଭିଡିଓ କନଫରେନ୍ସି ମାଧ୍ୟମରେ ଅନ୍ୟ ମନ୍ତ୍ରୀ ମାନେ ଏଥିରେ ଯୋଡି ହୋଇଥିଲେ । ତେବେ କ୍ୟାବିନେଟ୍ ବୈଠକରେ ପୁରୁଣା ଆଇନରେ ସଂଶୋଧନ କରାଯାଇଥିଲା ଏହି ନିଷ୍ଠତି ନିଆଯାଇଛି । ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଏଥିସହ ସେ ନିଜ ସୋସିଆଲ ମିଡିଆରେ ଏ ବାବଦରେ ଭିଡିଓ ଜାରି କରି ଗୋମାଂସ ଖାଇବା ଓ ବିକ୍ରି ଉପରେ କଟକଣା ଲଗାଇଥିବା କହିଛନ୍ତି ।
ଅଧିକ ପଢନ୍ତୁ: କାହାରିକୁ ଅରାଜକତା ସୃଷ୍ଟି କରିବାକୁ ଦିଆଯିବା ଉଚିତ ନୁହେଁ, ଦୁର୍ବୃତ୍ତଙ୍କୁ ଛଡ଼ାଯିବ ନାହିଁ: ଯୋଗୀ