ବିଜେପି ବିଧାୟକ ଦଳର ନିଷ୍ପତି ହିମନ୍ତ ବିଶ୍ୱ ଶର୍ମା ହେବେ ଆସାମର ପରବର୍ତ୍ତି ମୁଖ୍ୟମନ୍ତ୍ରୀ, କାଲି ନେବେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ
Khabar Odisha:Himanta-Biswa-Sarma-unanimously-selected-as-leader-of-the-BJP-legislative-party-in-Assam

 ଆସାମ, ମେ ୯(ଖବର ଓଡିଶା); ଆସମରେ ଭାରତୀୟ ଜନତା ପାର୍ଟୀ ଲଗାତାର ଦ୍ୱିତ୍ୱୀୟ ଥର ବିଜୟ ହାସଲ କରି ଶାସନକୁ ଆସିଥିଲା ବେଳେ ଚଳିତ ସରକାରରେ କିଏ ମୁଖ୍ୟମନ୍ତ୍ରୀ ହେବ ବୋଲି ଲାଗି ରହିଥିବା ସସ୍ପେନ୍ସ ର ସମାପ୍ତ ଘଟିଛି । ଆଜି ଗୁଆହାଟିର ଲାଇବ୍ରେରୀ ଆଡିଟୋରିୟମରେ ବସିଥିବା ନବନିର୍ବାଚିତ ବିଧାୟକଙ୍କ ବୈଠକରେ ସର୍ବସମ୍ମତି ହିମନ୍ତ ବିଶ୍ୱ ଶର୍ମା ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତି ହୋଇଛି । କେନ୍ଦ୍ରରେ ମୋଦି ସରକାର ଆସିବା ପରେ ମୋଦିଙ୍କ ମନ୍ତ୍ରି ମଣ୍ଡଳରେ କ୍ରିଡା ମନ୍ତ୍ରୀ ବିଭାଗ ଦାଇୟତ୍ୱରେ ଥିବା ସର୍ବାନନ୍ଦ ସୋନୋୱାଲ ଆସାମରେ ଗତ ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଚଳିତ ଥର ରାଜ୍ୟର ମୁଖ୍ୟ ଭୁମିକା ତୁଲାଇବେ ହିମନ୍ତ ବିଶ୍ୱ ଶର୍ମା । 

ତେବେ ସର୍ବାନନ୍ଦ ସୋନୋୱାଲଙ୍କର ରାଜ୍ୟ ବିଜେପିରେ ସବୁ କିଛି ଠିକ୍ ଚାଲିଥିବା ବେଳେ ଆଜି ସେ ସକାଳରେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ଥପା ପତ୍ର ଦେଇଥିଲେ । ଏହା ପରେ ଆଜି ଦିନ ୧ ରେ ବସିଥିବା ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ୱ ଶର୍ମାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରି କରିବା ନେଇ ସମ୍ମତି ପ୍ରକାଶ ପାଇଛି । ଏହି ବୈଠକରେ ଆସାମରେ ବିଜେପିର ସହଯୋଗି ଦଳ ଆସାମ ଗଣ ପରିଶଦ ଏବଂ ୟୁନାଇଟେଡ ପିପୁଲ ପାର୍ଟୀର ବିଧାୟକ ମଧ୍ୟ ସାମିଲ ଥିଲେ । ତେବେ ଅପରାହ୍ନ ୪ ଟାରେ ବିଧାୟକ ଦଳଦ୍ୱାରା ନିର୍ବାଚିତ ନେତା ହିମନ୍ତ ବିଶ୍ୱ ଶର୍ମା ରାଜ୍ୟପାଳ ଜଗଦିଶ ମୁଖୀଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇବେ । 

ହିମନ୍ତ ବିଶ୍ୱ ଶର୍ମା ଯିଏକି ୨୦୧୪ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସରୁ ବିଜେପିକୁ ଆସିଥିଲେ ଓ ପରେ ଆସାମ ରାଜନୀତିରେ ନିଜର ଏକ ମଜବୁଥ ରାଜନୈତି ଦୁର୍ଗ ପ୍ରତିଷ୍ଠା କରିଥିଲେ । ୨୦୧୬ ରେ ଆସାମ ବିଧାନସଭା ନିର୍ବାଚନରେ ସର୍ବାନନ୍ଦ ସୋନୋୱାଲ ରାଜ୍ୟରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହୋଇଥିଲା ବେଳେ ରାଜ୍ୟରେ ହିମନ୍ତଙ୍କର ନିର୍ବାଚନିକ ରଣନିତି ଏବଂ ତାଙ୍କର ଆସାମ ରାଜନୀତିରତେ ଥିବା ଅଭିଜ୍ଞତା ଲାଗି ବିଜେପି ସରକାରକୁ ଫେରିଥିବା ଚର୍ଚ୍ଚା ହେଉଥିଲା ।

ଏହା ପରେ ୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟରେ ସିଏଏ ବିରୋଧରେ ପ୍ରବଳ ଜନ ଆନ୍ଦୋଳନ ଚାଲୁଥିବା ସମୟରେ ମଧ୍ୟ ହିମନ୍ତ ତାଙ୍କର ପରାକାଷ୍ଠା ଦେଖାଇ ରାଜ୍ୟରେ ବିଜେପିକୁ ଆଶାନୁଯାଇ ସଫଳତା ଆଣିଦେଇଥିଲେ । ଏହି ସବୁ ମଧ୍ୟରେ ହିମନ୍ତଙ୍କର ବିଜେପିର ବରିଷ୍ଠ ନେତୃତ୍ୱଙ୍କ ନିକଟରେ ନିଜର କ୍ଷମତା ଦେଖାଇସାରିଥିଲେ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହେବା ପାଇଁ ଦଳରେ ନିଜର ପତିଆରା ମଧ୍ୟ ନିର୍ମାଣ କରି ସାରିଥିଲେ । 

ତେବେ ଗତକାଲି ସର୍ବାନନ୍ଦ ସୋନୋୱାଲ ଏବଂ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଦିଲ୍ଲୀ ଡକାଇ କେନ୍ଦ୍ରଗୃହମନ୍ତ୍ରୂୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଆସାମ ପ୍ରଭାରି ବୈଜୟନ୍ତ ପଣ୍ଡାଙ୍କ ସହିତ ଗୁରୁତ୍ୱପୁର୍ଣ୍ଣ ବୈଠକ ପରେ ଆଜି ଗୌଆହାଟିରେ ନବନିର୍ବାଚିତ ବିଧାୟକ ଦଳର ବୈଠକରେ ହିମନ୍ତ ବିଶ୍ୱ ଶର୍ମା ମୁଖ୍ୟମନ୍ତ୍ରି ହେବା ନେଇ ସ୍ପଷ୍ଟ ହୋଇଛି ।

  • Tags:

Subscribe

National International State Sports Entertainment