ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଏବଂ ଭିତ୍ତିଭୂମି ଉନ୍ନତିକରଣ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମସ୍ତ ନିର୍ବାଚନ ମଣ୍ଡଳୀର ସମସ୍ତ ବିଧାୟକଙ୍କୁ ଚିଠି ଲେଖିଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ରର ଉନ୍ନତିକରଣ ପାଇଁ ସମସ୍ତ ବିଧାୟକଙ୍କ ସହଯୋଗ ଲୋଡ଼ିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।
ରାଜ୍ୟରେ ଶିଶୁ ଓ ମହିଳାମାନଙ୍କ ସାମଗ୍ରିକ ବିକାଶ ଏବଂ ଅଙ୍ଗନୱାଡି ସେବାକୁ ଅଧିକ ସୁଦୃଢ ଓ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣ ଓ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ଗୁରୁତ୍ବ ସହ କାର୍ଯ୍ୟକାରୀ କରାଯାଉଛି । ଓଡ଼ିଶାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ନିଜସ୍ବ ଘରେ କାର୍ଯ୍ୟକ୍ଷମ ହେଉ, ଏହା ଆମର ପ୍ରତିବଦ୍ଧତା । ତେଣୁ ନିଜ ନିଜ ନିର୍ବାଚନମଣ୍ଡଳୀରେ ଚାଲୁଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକର ନିର୍ମାଣ କାର୍ଯ୍ୟ ସମୟସୀମା ମଧ୍ୟରେ ଗୁଣାତ୍ମକ ଭାବେ ସମାପ୍ତ ହେବା ପାଇଁ ସକ୍ରିୟ ସହଯୋଗ କାମନା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଏହା ସହିତ ବିଧାନସଭାର ବିକାଶ ମୂଳକ କାର୍ଯ୍ୟରେ ମହିଳାମାନଙ୍କୁ ଭାଗୀଦାରୀ କରାଇବା ପାଇଁ ଉପ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।