ଆସନ୍ତା 8 ତାରିଖ ଦିନ ପ୍ରମୁଖ ରାଜନୈତିକ ଦଳର ନେତା ମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Khabar Odisha:Coronavirus-update-PM Modi-to-hold-all-party-meet-on-April-8
ନୂଆଦିଲ୍ଲୀ, ଏପ୍ରିଲ ୦୪ (ଖବର ଓଡ଼ିଶା):

ସମଗ୍ର ବିଶ୍ୱରେ ଦିନକୁ ଦିିନ ଭୟଙ୍କର ଭାବରେ ମାଡି ଚାଲିଛି ମହାମାରୀ କରୋନା। ଭାରତରେ ସରକାର ଲକଡାଉନ ଲଗାଇଥିଲେ ମଧ୍ୟ ଭାରତରେ ମଧ୍ୟ ଦିନକୁ ଦିନ ଖୁବ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା। ଦେଶରେ କରୋନା ଭାଇରସ ସଂପର୍କିତ ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୮ ତାରିଖ ଦିନ ୧୧ଟା ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଭେଟିବା ନେଇ ସୂଚନା ମିଳିଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଆଲୋଚନା କରାଯିବ ବୋଲି ଜଣାପଡିଛି । ଉଭୟ ରାଜ୍ୟସଭା ଓ ଲୋକସଭାକୁ ମିଶାଇ ଯେଉଁ ଦଳର ୫ କିମ୍ବା ଅଧିକ ସାଂସଦ ଥିବେ ସେସବୁ ଦଳର ନେତାମାନଙ୍କ ସହ ଏହି ଆଲୋଚନା ହେବ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

 

ଦେଶରେ କରୋନା ଭାଇରସ ସ୍ଥିତିକୁ ନେଇ ଏକ ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ବାରମ୍ବାର ଦାବି କରିଆସୁଥିଲେ । ଗତକାଲି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଏହି ଦାବି କରିଥିଲେ ।
ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ପୂର୍ବରୁ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବଲିଉଡ କଳାକାର ଓ କ୍ରୀଡା ଜଗତ ସହ ଜଡିତ ଥିବା ବଡ ବଡ ସେଲିବ୍ରେଟି ମାନଙ୍କ ସହ ଆଲୋଚନା କରିଥିଲେ।

  • Tags:

Subscribe

National International State Sports Entertainment