ଚଣ୍ଡିଗଡ଼: ଆମ୍ ଆଦମୀ ପାର୍ଟି(ଆପ୍)ର ଆବାହକ ଅରବିନ୍ଦ କେଜ୍ରିଓ୍ଵାଲ ଜାମିନରେ ଜେଲରୁ ବାହାରିବା ପରେ ତାଙ୍କ ଦଳକୁ ହରିୟାଣାର ନିର୍ବାଚନୀ ଲଢ଼େଇରେ ବଡ଼ ସଫଳତା ମିଳିପାରେ। କେଜ୍ରିୱାଲଙ୍କ ନିର୍ବାଚନ ପ୍ରଚାର କଂଗ୍ରେସ ପାଇଁ ରାଜନୈତିକ ଭାବେ କ୍ଷତିକାରକ ସାବ୍ୟସ୍ତ ହେବା ସହ ଶାସକ ବିଜେପି ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି।
କଂଗ୍ରେସ ଓ ଆପ୍ ମଧ୍ୟରେ ମେଣ୍ଟ ହେଲେ ବିଜେପି ଯେଉଁ ଭୋଟ୍ ବ୍ୟାଙ୍କ ହରାଇଥାନ୍ତା ତାହା ଏବେ ଏହି ଦୁଇ ଦଳ ମଧ୍ୟରେ ବିଭାଜନ ପରିସ୍ଥିତିରେ ପରିଣତ ହୋଇଛି। ଅରବିନ୍ଦ କେଜ୍ରିୱାଲ ଜେଲରେ ଥିବା ବେଳେ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ହରିୟାଣାରେ ଆଗରେ ଥିଲେ।
ରାଜ୍ୟସଭା ସଦସ୍ୟ ଡ. ସନ୍ଦୀପ ପାଠକ ଓ ସଞ୍ଜୟ ସିଂହ ସମର୍ଥନ କରିଥିଲେ। ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ରାଜ୍ୟର ସମସ୍ତ ୯୦ଟି ଆସନରେ ରାଲି କରିଛି। ଏହି ରାଲିରେ ସୁନୀତା କେଜ୍ରିଓ୍ଵାଲ, ମନୀଷ ସିସୋଦିଆ, ଭଗବନ୍ତ ମାନ, ସନ୍ଦୀପ ପାଠକ ଓ ସଞ୍ଜୟ ସିଂହ କର୍ମୀଙ୍କୁ ଯୋଡ଼ିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କର୍ମୀଙ୍କ ମଧ୍ୟରେ ଉତ୍ସାହର ବାତାବରଣ ସୃଷ୍ଟି କରିପାରିନଥିଲେ। ତେବେ କେଜ୍ରିଓ୍ଵାଲଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି।
ହରିୟାଣା ଓ ପଞ୍ଜାବ ମଧ୍ୟରେ ବହୁ ପୁରୁଣା ଏସୱାଇଏଲ କେନାଲ ନିର୍ମାଣ ପ୍ରସଙ୍ଗରେ ତାଙ୍କ ଆଭିମୁଖ୍ୟ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇନାହିଁ। ପଞ୍ଜାବରେ ସେ ପଞ୍ଜାବ ଏବଂ ହରିୟାଣାର ସ୍ୱାର୍ଥ ବିଷୟରେ କହୁଛନ୍ତି, ସେ ନିଜକୁ ହରିୟାଣାର ପୁଅ ବୋଲି କହନ୍ତି ଏବଂ ଏଠାକାର ଲୋକଙ୍କ ଜଳ ଆବଶ୍ୟକତାକୁ ସ୍ୱୀକାର କରନ୍ତି। ଦଳର ଏହି ଦ୍ୱିପାକ୍ଷିକ ଆଭିମୁଖ୍ୟ ହରିୟାଣାବାସୀଙ୍କୁ ଆକୃଷ୍ଟ କରୁନାହିଁ।
ଅଧିକ ପଢ଼ନ୍ତୁ: ଡାକ ମାଧ୍ୟମରେ ସ୍ତ୍ରୀଙ୍କୁ ପଠାଇଲେ ତିନି ତଲାକ