ପୁଣି ବିବାଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଲୋକସଭା ସଂସଦରେ ମହିଳା ସାଂସଦ ଙ୍କୁ ଫ୍ଲାଇଂ କିସ ଦେଇ ବିବାଦରେ ପଡିଛନ୍ତି । ମହିଳା ସାଂସଦ ସ୍ମୃତି ଇରାନୀ ଆଣିଲେ ଏଭଳି ସଙ୍ଗୀନ ଅଭିଯୋଗ ।
ସେ କହିଛନ୍ତି ଯେ , ନିଜ ଭାଷଣ ଶେଷ କରି ଯେତେବେଳେ ସେ ସଂସଦ ଘରୁ ବାହାରକୁ ଆସୁଥିଲେ ସେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କୁ ଲକ୍ଷ୍ୟ କରି ଫ୍ଲାଇଂ କିସ୍ ଦେଇଥିଲେ।ଲୋକସଭାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅଭଦ୍ରାମିର ଏକ ଚରମ ସୀମା ପାର କରିସାରିଲେଣି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଯେଉଁ ସଂସଦରେ ମହିଳାମାନେ ବସିଛନ୍ତି, ସେହି ସଂସଦରେ ସେ ଫ୍ଲାଇଂ କିସ୍ର ଇସାରା ଦେଇଛନ୍ତି । ଏସବୁ ଏକ ଅଭାଦ୍ରାମୀର ପରିଚୟ , ଜଣେ ଲୋକସଭା ସାଂସଦ ହେଇକି ଏଭଳି ଲଜ୍ୟା ଜନକ କାମ କିଭଳି କରିପାରୁଛନ୍ତି ସେ ? ଏ ସବୁ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ।