ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ବିଏସପି ଗଠବନ୍ଧନ କଲା ଶିରୋମଣି ଅକାଳୀ ଦଳ
Khabar Odisha:Akali-Dal-BSP-stitch-alliance-ahead-of-2022-Punjab-Assembly-polls

ପଞ୍ଜାବ, ଜୁନ୍ 12(ଖବର ଓଡ଼ିଶା): ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମାୟାବତୀ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି (ବିଏସପି) ସହିତ ମିଳିତ ମଞ୍ଚ ଗଠନ କରିବାକୁ ଶନିବାର ଦିନ ଶିରୋମଣି ଅକାଳୀ ଦଳ ଘୋଷଣା କରିଛି। ଅକାଳୀ ଦଳର ସଭାପତି ସୁଖବୀର ସିଂ ବାଦଲ କହିଛନ୍ତି ଯେ ଉଭୟ ଦଳର ଏକାଠି ହେବା ପଞ୍ଜାବ ରାଜନୀତିରେ ଏକ ନୂଆ ଦିନ।

ବିଏସପି ସହ ଗଠବାନ୍ଧନ କରିବାର ନିଷ୍ପତ୍ତି ଅକାଳୀ ଦଳ ର ମୁଖ୍ୟ କମିଟି ବୈଠକରେ ନିଆଯାଇଛି। ଗଠିତ ମିଳିତ ମଞ୍ଚରେ ମାୟାବତୀ ନେତୃତ୍ୱାଧୀନ ବିଏସପି 20 ଟି ଆସନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ।

ତେବେ ବିଏସପି ଦଳ ଫାଗୱାରା, ହୋଶିଆରପୁର ସହର, ଟାଣ୍ଡା, ଦାସୁୟା, ଚାମକାଉର ସାହିବ, ବାସି ପାଟହାନା, ମେହଲ କାଲାନ, ନୱାନଶାହର, ସୁଜନପୁର, ଭୋଆ, ଆନନ୍ଦପୁର ସାହେବ ଏବଂ ପାୟଲ ପ୍ରମୁଖ ଆସନରୁ ଲଢିବେ।

  • Tags:

Subscribe

National International State Sports Entertainment