କଂଗ୍ରେସର ହାତ ଧରିଲେ ଅଭିନେତା ମନୋଜ ମିଶ୍ର । ଆଜି ବିଧିବଦ୍ଧ ଭାବରେ ମନୋଜ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି।
ସୂଚନା ଅନୁଯାୟୀ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି ।
କଂଗ୍ରେସରେ ମିଶିବା ପରେ ମନୋଜ କହିଛନ୍ତି ଯେ , ମୁଁ ନେତା ହେବାକୁ ନୁହେଁ ବରଂ ଲୋକଙ୍କ ସେବା କରିବାକୁ ରାଜନୀତିକୁ ଓହ୍ଲାଇଛି । ପଶ୍ଚିମ ଓଡ଼ିଶାରେ ଏବେ ଅନେକ ସମସ୍ୟା ରହିଛି । ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ତେଣୁ ସାଧାରଣଲୋକଙ୍କ ସ୍ୱର ଉଠାଇବାକୁ ମୁଁ କଂଗ୍ରେସରେ ସାମିଲ ହୋଇଛି ।
ତେବେ ପୂର୍ବରୁ ମନୋଜ ବାରମ୍ବାର ରାଜନୀତିକୁ ଆସିବେ ନାହିଁ ବୋଲି ମନା କରୁଥିବା ବେଳେ ଏବେ କଂଗ୍ରେସରେ ମିଶିବା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।