ପଦ୍ମପୁରରେ ହେବି ୱେଟଙ୍କ ପ୍ରଚାର
Khabar Odisha:
Padmapur

ଡିସେମ୍ବର 5ତାରିଖରେ ହେବାକୁ ଥିବା ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପଦ୍ମପୁରରେ ଚାଲିଛି ହେଭିୱେଟଙ୍କ ପ୍ରଚାର | ଫୋକସରେ ପଦ୍ମପୁର ଥିବା ସ୍ଥଳେ ଆଜି ଶାସକ ଦଳର ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜେଡି ପାର୍ଥୀ ବର୍ଷା ବରିହାଙ୍କ ପାଇଁ ପ୍ରଚାର କରୁଛନ୍ତି ଏବଂ ବିଜେପି ପାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର ମଇଦାନକୁ ଓଲ୍ହାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ |ପାଇକମାଳ ଓ ଝାରବନ୍ଧରେ ହେଇଥିବା ଜନସଭାରେ ଯୋଗଦେଇ ବିଜେଡି ପାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ନବୀନ ପଟନାଏକ | ଏହାସହ ପଦ୍ମପୁରବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରୀ କରିଛନ୍ତି ମୁଖ୍ୟମନ୍ତ୍ରୀ |ଯାହାକୁ ନେଇ ବିଜେଡି କ୍ୟାମ୍ପରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି | ଜନସଭାରେ ସାମିଲ ହୋଇଥିବା ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଦେବା ସହ ମୁଖ୍ୟମନ୍ତ୍ରୀ ନିଜ ଭିଡିଓ ବାର୍ତ୍ତାରେ କହିଛନ୍ତି, "ବିଜେଡି ସରକାର ସବୁବେଳେ ଲୋକଙ୍କ ପାଇଁ କାମ କରୁଛି , କିଛିଦିନ ପୂର୍ବରୁ କେନ୍ଦୁପତ୍ର ତୋଳାଳୀଙ୍କୁ ୧ ହଜାର ଓ ସିଜିନାଲ କର୍ମଚାରୀଙ୍କୁ ୧୫୦୦ ଟଙ୍କା ବୋନସ ଦିଆଗଲା ଯାହାକି ସାରା ଦେଶରେ ଓଡ଼ିଶା ପ୍ରଥମ | ଆଗକୁ ମଧ୍ୟ ବୋନସ ଦିଆଯିବ | ନିର୍ବାଚନ ପ୍ରଚାର ସମୟରେ ମୁଁ କଥାରେ ନୁଁହ ବରଂ କାମରେ ବିଶ୍ୱାସ କରେ ବୋଲି କହିଛି ମାନ୍ୟବର ମୁଖ୍ୟମନ୍ତ୍ରୀ | ମା ମାନଙ୍କର ଉନ୍ନତି ପାଇଁ ଓଡିଶା ସବୁଠାରୁ ଆଗରେ କାର୍ଯ୍ୟରତ | ମା ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ | ଆପଣ ମାନଙ୍କର ଅନେକ ଅଭିଯୋଗ ରହିଛି କିନ୍ତୁ ସେସବୁ ଅତିଶୀଘ୍ର ସମାଧାନ କରାଯିବ" | 


ସେପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଆଜି ପଦ୍ମପୁର ଯାଇ ଦଳୀୟ ପାର୍ଥି ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିଛନ୍ତି | 2001 ରେ ବରଗଡର ତତ୍କାଳୀନ ଜିଲ୍ଲାପାଳ ଥିଲେ ଅପରାଜିତା ଷଡ଼ଙ୍ଗୀ | ପଦ୍ମପୁର ନିର୍ବାଚନ ମଣ୍ଡଳିର ବିଭିନ୍ନ ଅଞ୍ଚଳରେ ଅପରାଜିତା ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ଯାହା ଦଳ ପାଇଁ ବେଶ୍ ଗୁରୁତ୍ୱବହନ କରୁଛି |

Subscribe

National International State Sports Entertainment