ତେଲେଙ୍ଗାନା: ତେଲେଙ୍ଗାନା ନଗରକର୍ନୁଲ ଜିଲ୍ଲାରେ ଥିବା ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ ଟନେଲ୍ ମାମଲା । ଟନେଲରେ ଫଶିରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଅପରେସନ ଜାରି ରହିଥିବା ବେଳେ ଏବେ ଦୁଃଖ ଖବର ସାମ୍ନାକୁ ଆସିଛି । ଏଯାବତ କାହାରିକୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିନାହିଁ । ଏହାରି ଭିତରେ ମେସିନ୍ ଭିତରୁ ଗୋଟିଏ ମୃତ ଦେହ ମିଳିଛି ।
ଉଦ୍ଧାରକାରୀ ଦଳ ଟନେଲ ଭିତରେ ପଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏବେ ରୋବର୍ଟ ନିୟୋଜନ କରାଯିବା ସହ ଉଦ୍ଧାର କାର୍ଯ୍ୟ ଆହୁରି ତ୍ବରାନ୍ବିତ କରାଯିବ ବୋଲି ସୂଚନା ମିଳିଛି । ତେବେ ଏଥିଲାଗି ୪ କୋଟି ଖର୍ଚ୍ଚ ହେବ । ସେପଟେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଆସନ୍ତା ୧୧ ତାରିଖରେ ଘଟଣାସ୍ଥଳକୁ ଯିବେ ।
ଫେବୃଆରୀ ୨୨ ତାରିଖରୁ ଟନେଲରେ ଫସି ରହିଛନ୍ତି ଶ୍ରମିକ । ଘଟଣାକୁ ୧୬ ଦିନ ବିତିଲାଣି । ହେଲେ ଏବେ ବି ଉଦ୍ଧାର ହୋଇପାରୁନାହାନ୍ତି ଶ୍ରମିକ । ଉଦ୍ଧାର କାର୍ଯ୍ୟରେ SDRF ଏବଂ NDRF ଟିମ୍ ନିୟୋଜିତ ହୋଇ ଅହରହ ଉଦ୍ଧାର କରିବାକୁ ପ୍ରୟାସ ଚଳାଇଛନ୍ତି । ସୁଡ଼ଙ୍ଗର ଏକ ଅଂଶ ଭାଙ୍ଗଯିବା ପରେ ୮ ଜଣ ଶ୍ରମିକ ସେଠାରେ ଫଶିରହିଛନ୍ତି । ଶ୍ରମିକମାନେ ଟନେଲ ଭିତରେ ଫସି ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବହୁ ତାଲିମପ୍ରାପ୍ତ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ କେରଳ ପୋଲିସର ସ୍ୱତନ୍ତ୍ର ତାଲିମପ୍ରାପ୍ତ ଶବ ଶୁଙ୍ଘୁଥିବା କୁକୁରମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଏହି ମୃତଦେହ କୁକୁରମାନଙ୍କୁ ନିଖୋଜ ଲୋକ ଏବଂ ମୃତଦେହ ଠାବ କରିବା ପାଇଁ ସ୍ୱତନ୍ତ୍ର ଭାବରେ ତାଲିମ ଦିଆଯାଇଛି।