ନୂଆଦିଲ୍ଲୀ: ଲୋକସଭାରେ ଆଲୋଚନା ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟର ତାଲିକା ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି ଯେ, ସମଗ୍ର ଦେଶରେ ଭୋଟର ଲିଷ୍ଟକୁ ନେଇ ପ୍ରଶ୍ନ ଉଠୁଛି । ଏହା ଉପରେ ଗୃହରେ ଆଲୋଚନା ହେବା ଉଚିତ୍ ।
ଋାହୁଲ ଗାନ୍ଧୀ ଲୋକସଭା ବାଚସ୍ପତିଙ୍କୁ ସମ୍ବୋଧିତ କରି କହିଛନ୍ତି, ଆପଣ ଠିକ୍ କହିଛନ୍ତି, ଭୋଟର ତାଲିକା କଣ ସରକାର ତିଆରି କରନ୍ତି । ଏହା ଉପରେ ବାଚସ୍ପତି ରାହୁଲଙ୍କୁ ତୁରନ୍ତ ଅଟକାଇ ମୁଁ ଏମିତି କହିଁନାହିଁ ବୋଲି କହିଛନ୍ତି । ଏହାକୁ ଠିକ୍ କରି ରାହୁଲ କହିଛନ୍ତି, ଆପଣ କହିଛନ୍ତି ସରକାର ଭୋଟର ତାଲିକା ପ୍ରସ୍ତୁତ କରନ୍ତି ନାହିଁ ।
କିନ୍ତୁ ସତ୍ୟ ଏହା ଯେ, ଦେଶବ୍ୟାପୀ ଭୋଟର ତାଲିକା ଉପରେ ପ୍ରଶ୍ନ ଉଠାଇଲେଣି । ବିରୋଧୀ ଦଳ ସରକାର ଥିବା ରାଜ୍ୟ ଓ ମହାରାଷ୍ଟ୍ରରେ ବ୍ଲାକ ଆଣ୍ଡ ହ୍ୱାଇଟ୍ ଭୋଟର ତାଲିକା ଉପରେ ପ୍ରଶ୍ନ କରିଛନ୍ତି । ପୂରା ବିରୋଧୀ ମିଶି ଏହା କହୁଛନ୍ତି, ଯେ, ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ହେଉ । ବିରୋଧୀଙ୍କ କଥାକୁ ତ ବିଶ୍ୱାସକୁ ନିଆଯାଉ ।
ଲୋକସଭାରେ ସମ୍ବୋଧିତ କରିବା ବ୍ୟତୀତ ରାହୁଲ ଗାନ୍ଧୀ ଭୋଟର ତାଲିକାକୁ ନେଇ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପୂରା ବିରୋଧୀ ଦଳ ସଂସଦରେ ଭୋଟର ତାଲିକା ଉପରେ ବିସ୍ତୃତ ଆଲୋଚନା କରିବେ । ମହାରାଷ୍ଟ୍ରର ଭୋଟର ତାଲିକାରେ ତ୍ରୁଟିକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଥିଲି । ଆଉ ଆଜି ମଧ୍ୟ ଏହି ସମାନ ଭୋଟର ତାଲିକା ବିବାଦ ଲାଗି ରହିଛି । ଏବେ ବି ନକଲି ଭୋଟର ତାଲିକାର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ଗଣତନ୍ତ୍ର ଓ ସମ୍ବିଧାନର ରକ୍ଷା ପାଇଁ ଏହା ବହୁତ ଜରୁରୀ ।