ନୂଆଦିଲ୍ଲୀ: ସୋସିଆଲ ମିଡିଆ ଇନଫ୍ଲ୍ୟୁଏନ୍ସର୍ ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଉତ୍ତର ପ୍ରଦେଶରେ ତାଙ୍କୁ ଅଟକ ରଖାଯିବା ପରେ ଦିଲ୍ଲୀ ପୋଲିସ ଗିରଫ କରି ନିଜ ହେପାଜତକୁ ନେଇଛି । ଶନିବାର ପଟିଆଲା ହାଉସ କୋର୍ଟରେ ସ୍ୱତନ୍ତ୍ର ବିଚାରପତିଙ୍କ ସମ୍ମଉକରେ ଭରଦ୍ୱାଜଙ୍କୁ ହାଜର କରାଯାଇଥିଲା । ପୋଲିସ ଗୋଟିଏ ଦିନ ପାଇଁ ରିମାଣ୍ଡରେ ନେଇଛି ।
ଜନ୍ତରମନ୍ତରର ଜଣେ ନାବାଳିକା ପ୍ରତିବାଦକାରୀଙ୍କ ଦ୍ୱାରା ଦାୟର ଅଭିଯୋଗ ଆଧାରରେ ସ୍ୱତନ୍ତ୍ର ଭରଦ୍ୱାଜଙ୍କ ବିରୁଦ୍ଧରେ POCSO ଆଇନ ଅନୁଯାୟୀ ଏକ ନୂତନ ମାମଲା ପଞ୍ଜୀକୃତ କରାଯାଇଛି। ଅଭିଯୋଗରେ ଅନଲାଇନ୍ ଧମକ ଏବଂ ହଇରାଣ ଅଭିଯୋଗ କରାଯାଇଛି। ମାମଲାରେ ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ବ୍ୟବସ୍ଥା ଲାଗୁ କରାଯାଇଛି। ଦିଲ୍ଲୀ ପୋଲିସ ଆକ୍ରମଣ ସମ୍ପର୍କିତ ଏଫଆଇଆରରେ ଏସସି/ଏସଟି (ଅତ୍ୟାଚାର ନିବାରଣ) ଆଇନର ବ୍ୟବସ୍ଥା ଏବଂ ଅପରାଧିକ ଧମକ ସାମିଲ କରିଛି ।
ସେପଟେ ସ୍ୱତନ୍ତ୍ରଙ୍କ ଗିରଫ ପରେ ସଂସଦ ମାର୍ଗ ପୋଲିସ ଷ୍ଟେସନ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ସେଠାରେ ତାଙ୍କ ସମର୍ଥକମାନେ ପ୍ରତିବାଦ କରିବା ଆଶଙ୍କାରେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଯେଉଁଠାରେ ଅର୍ଦ୍ଧସାମରିକ ବାହିନୀଙ୍କୁ ମୁତୟନ କରାଯାଇଛି ।
ଶୁକ୍ରବାର ଦିନ, ଦିଲ୍ଲୀ ପୋଲିସ ଅଭିଯୋଗିତ ଆକ୍ରମଣ ସମ୍ପର୍କିତ ଏଫଆଇଆରରେ ଏସସି/ଏସଟି (ଅତ୍ୟାଚାର ନିବାରଣ) ଆଇନର ବ୍ୟବସ୍ଥା ଏବଂ ଅପରାଧିକ ଧମକକୁ ଯୋଡିଛି। ଏହି ପଦକ୍ଷେପ ଏକ ସାକ୍ଷାତକାର ପରେ ନିଆଯାଇଛି ଯେଉଁଥିରେ ଭରଦ୍ୱାଜ ଦାବି କରିଥିଲେ ଯେ ଜୁଲାଇ 20 ର ପ୍ରତିବାଦ ସମୟରେ ଜଣେ ନାବାଳକ କର୍ମୀଙ୍କ ପିତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତଥାପି, ଆଘାତ ସମ୍ପର୍କରେ ପରସ୍ପର ବିରୋଧୀ ଭିଡିଓ ମଧ୍ୟ ପ୍ରସାରିତ ହୋଇଛି। ପରେ, ଏକ ପଡକାଷ୍ଟରେ ସେ ଦାବି କରିଥିଲେ ଯେ ସେ ଆତ୍ମରକ୍ଷା ପାଇଁ କାର୍ଯ୍ୟ କରିଥିଲେ।
୨୦୨୬ ଜୁନ୍ ୨୩ରେ ଦିଲ୍ଲୀର ଜନ୍ତରମନ୍ତରଠାରେ 'କକ୍ରୋଚ୍ ଜନତା ପାର୍ଟି' (CJP) ର ଏକ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା। ସେହି ସମୟରେ ସ୍ୱତନ୍ତ୍ର ଭରଦ୍ୱାଜ ଜଣେ ନାବାଳିକା ଛାତ୍ରୀ ଆନ୍ଦୋଳନକାରୀଙ୍କ ପିତା (ସଞ୍ଜୟ ଆଜାଦ)ଙ୍କୁ ନିଜ ହାତର 'କଡ଼ା' (Kada) ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ସ୍ୱତନ୍ତ୍ର ଭରଦ୍ୱାଜ ନିଜେ ମଧ୍ୟ ଏକ ପୋଡ଼କାଷ୍ଟ କାର୍ଯ୍ୟକ୍ରମରେ ଏହାକୁ ସ୍ୱୀକାର କରିଥିଲେ । ସିଜେପି ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିବାକୁ ବାରମ୍ବାର ଦାବି କରି ଆସୁଥିଲା ।