ନୂଆଦିଲ୍ଲୀ: ନେପାଳ ବିପର୍ଯ୍ୟୟ ୧୦ ଦିନ ପରେ ପୁଣି ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ତ୍ରିଶୂଳୀ ହାଇଡ୍ରୋ ପାୱାର ଟନେଲ ଭିତରୁ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବାବେଳେ ବେତ୍ରାୱାଟି ବଜାରରେ ଥିବା ୪ ମହଲା ବିଶିଷ୍ଟ କୋଠାରୁ ଜଣେ ବିଦେଶୀ ମହିଳା ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ଦକ୍ଷିଣ କୋରିଆର ଡିଜାଷ୍ଟର ରେସପନ୍ସ ଟିମର ସହାୟତାରେ ନେପାଳ ସେନା ଉଦ୍ଧାର କରିଛି ।
ଗତକାଲି ତ୍ରିଶୂଳୀ-୧ର ହାଇଡ୍ରୋପାୱାର ଟନେଲ ଭିତରେ ଦୁଇ ଜଣ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା । ଟନେଲ ଭିତରୁ ମଣିଷର ସ୍ୱର ଶୁଭୁଥିବାର ଉଦ୍ଧାରକାରୀ ଦଳ ଶୁଣିଥିଲେ । ଏହା ପରେ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଫଳରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ନେପାଳରେ ୧୩୭୫ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇ ସାରିଲାଣି । ପ୍ରାୟ ୫ ହଜାର ଲୋକେ ଏବେବି ନିଖୋଜ ଅଛନ୍ତି । ସାଟେଲାଇଟ୍ ଚିତ୍ର ମାଧ୍ୟମରେ କାଦୁଅ ଥିବା ଲୋକଙ୍କୁ ଚିହ୍ନଟ କରି ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ସେପଟେ ଭାରତ ସରକାର ମୃତକଙ୍କ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ କରିବାକୁ ଯୋଜନା କରିଛନ୍ତି ।