ରାଜଧାନୀ ଦିଲ୍ଲୀରେ ହୋଇଛି ହତ୍ୟା । ପତ୍ନୀ ଓ ପିଲାଙ୍କ ସାମ୍ନାରେ ଯୁବକଙ୍କୁ ହତ୍ୟାକଲେ ଦୁର୍ବୃତ୍ତ ।ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀରେ ଜଣେ ଯୁବକଙ୍କୁ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସାମ୍ନାରେ ହତ୍ୟା କରାଯାଇଥିଲା। ଛଅ ଜଣ ବାଳକ ଘରେ ପଶି ଏଭଳି ହତ୍ୟାକାଣ୍ଡ କରିଥିଲେ। ଏହି ଘଟଣା ଦିଲ୍ଲୀର ସରିତା ବିହାର ଅଞ୍ଚଳରେ ଘଟିଛି। ମୃତ ଯୁବକ ଜଣକ ଗତକାଲି ରାତି ପ୍ରାୟ ୯.୪୫ ସମୟରେ ତାଙ୍କ ପତ୍ନୀ ଓ ପିଲାଙ୍କ ସହ ଘରେ ଥିଲେ । ହଠାତ କିଛି ବଳକା ବାଇକରେ ଆସି ତାଙ୍କ ଘରେ ପଶି ଉକ୍ତ ଯୁବକଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଏହି ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟ ଦୁଇଜଣଙ୍କୁ ଖୋଜା ଚାଲିଛି । ।
ସୂଚନା ଅନୁଯାୟୀ ଉକା ଯୁବକ ଜଣକ ତାଙ୍କ ପୁଅକୁ ନେଇ ସ୍କୁଲରୁ ଫେରିବା ସମୟରେ କାଳୀ ମାଣ୍ଡିର ରୋଡରେ ପହଞ୍ଚିବା ମାତ୍ରେ ଗାଡି ପର୍କିଙ୍ଗକୁ ନେଇ ଜଣେ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଅରବିନ୍ଦ ପୁଅ ସହିତ ଘରକୁ ଫେରି ଆସିଥିଲେ। କେବଳ ଗାଡି ପର୍କିଙ୍ଗ ନୁହେଁ ମୃତ ଯୁବକଙ୍କ ସହ ଉକ୍ତ ବ୍ୟକ୍ତିଙ୍କ କିଛି ପୂର୍ବ ମାମଲା ଚାଲିଥିଲା, ଯାହା ବିଷୟରେ ପୂର୍ବରୁ ମଧ୍ୟ ଝଗଡା ହୋଇଥିଲା। ସାମାନ୍ୟ ଝଗଡା ପାଇଁ ଗତ କଲି ରାତିରେ ତାଙ୍କ ଘରେ ପଶି ସ୍ତ୍ରୀ ଓ ପିଲାଙ୍କ ସାମ୍ନାରେ ତାଙ୍କୁ ନିର୍ମମ ଭାବେ ଛୁରୀରେ ଆକ୍ରମଣ କରିବା ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।ଏହି ସମୟରେ ଅରବିନ୍ଦ ଗୁରୁତର ଆହତ ହୋଇଥିଲେ। ଏଭଳି ଦୃଶ୍ୟ ଦେଖି ଯୁବକଙ୍କ ପରିବାର ଭୟଭୀତ ହୋଇଯାଇଥିଲେ। ଚିକିତ୍ସା ସମୟରେ ଅରବିନ୍ଦଙ୍କର ମୃତ୍ୟୁ ହୋଇଥିଲା । ଯୁବକଙ୍କ ସ୍ତ୍ରୀ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସଙ୍କୁ ଖବର ଜଣାଇଥିଲେ । ଖବର ପାଇବା ମାତ୍ରେ ପୋଲି ପହଞ୍ଚି ଯୁବକଙ୍କ ମୃତଦେହକୁ ପୋଷ୍ଟମର୍ଟମ କରିବା ପାଇଁ ପଠାଇଥିଲେ । ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁକରି ୪ ଜଣଙ୍କୁ ଗିରଫ କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଦାହରିବା ପାଇଁ ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ ;ଅପରେସନକୁ ୧୦୦ ଘଣ୍ଟା ବିତି ସାରିଥିଲେ ବି,ସରୁନି ଏନକାଉଣ୍ଟର