ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ଭବତଃ ଅଗଷ୍ଟ ୨୩ରେ ୟୁକ୍ରେନ୍ ଗସ୍ତ କରିବେ। ଏହି ଗସ୍ତ କାଳରେ ସେ ୟୁକ୍ରେନ୍ ରାଷ୍ଟ୍ରପତି ଭଲୋଡିମିର ଜେଲେନସ୍କିଙ୍କୁ ଭେଟିବେ। ଭାରତ ଓ ୟୁକ୍ରେନ୍ ମଧ୍ୟରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। କିଛି ଅନ୍ତର୍ଜାତୀୟ ପ୍ରସଙ୍ଗରେ ମଧ୍ୟ ଚର୍ଚ୍ଚା ହୋଇପାରେ। ରୁଷ ସହିତ ଯୁଦ୍ଧ ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ୟୁକ୍ରେନ୍ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ଏକ ସମୟରେ ୟୁକ୍ରେନ୍ ଗସ୍ତ କରୁଛନ୍ତି, ଯେତେବେଳେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଭେଟି ମସ୍କୋରୁ ଫେରିଛନ୍ତି।
ପାଖାପାଖି ଏକ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଇଟାଲିରେ ଆୟୋଜିତ ଜି-୭ ସମ୍ମିଳନୀରେ ଜେଲେନସ୍କିକୁ ଭେଟିଥିଲେ। ଚଳିତ ମାସ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷର ଯାତ୍ରା କାଳରେ ଉଭୟ ଦେଶ ପରମାଣୁ ଶକ୍ତି ଓ ଜାହାଜ ନିର୍ମାଣ ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ସହମତ ହୋଇଥିଲେ।
ରୁଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କକୁ ପ୍ରୋତ୍ସାହନ ଦେବାରେ ଅସାଧାରଣ ଯୋଗଦାନ ପାଇଁ ପୁତିନ ଦ୍ବାରା ରୁଷିଆର ସର୍ବୋଚ୍ଚ ନାଗରିକ ସମ୍ମାନ, ‘ଅର୍ଡର ଅଫ୍ ସେଣ୍ଟ ଆଣ୍ଡ୍ରୁସ ଦ ଏପୋଷ୍ଟଲ’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ୨୨ତମ ଭାରତ-ରୁଷିଆ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ପୁଟିନଙ୍କ ନିୟନ୍ତ୍ରଣରେ ଗତ ୮ ତାରିଖ ଦୁଇ ଦିନିଆ ରୁଷ ଗସ୍ତ କରିଥିଲେ।
ସୂଚନାଯୋଗ୍ୟ, ରୁଷ ଓ ୟୁକ୍ରେନ୍ ମଧ୍ୟରେ ଦୀର୍ଘ ସମୟ ହେଲା ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ଶେଷ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେଉଛି। କିନ୍ତୁ କିଛି ଶେଷ ନିଷ୍ପତ୍ତି ହୋଇପାରୁ ନାହିଁ। ମୋଦୀଙ୍କ ଗସ୍ତ ନେଇ ମଧ୍ୟସ୍ଥତା ନେଇ ଆଶଙ୍କା କରାଯାଉଛି। ଭାରତ ଯଦି ଏହି ଯୁଦ୍ଧରେ ମଧ୍ୟସ୍ଥା କରିବ ଏବଂ ଯୁଦ୍ଧ ଶେଷ ହେବ, ଏକ ମହାନ କାମ ହୋଇପାରିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।