ଭୁବନେଶ୍ୱର: ଡାଉନ୍ ହେଲା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ର ସର୍ଭର। ମଙ୍ଗଳବାର ଅପରାହ୍ନ ୫ଟା.୨୦ ପରଠାରୁ ହଠାତ୍ ‘ଏକ୍ସ’ର ସର୍ଭର ଡାଉନ୍ ରହିଛି। ଯାହାଫଳରେ ୟୁଜର୍ସମାନେ ଅନେକ ଅସୁବିଧାର ସାମ୍ନା ହେବା ସହିତ ଏନେଇ ଅଭିଯୋଗ ମଧ୍ୟ କରୁଛନ୍ତି। ଏପରିକି ‘ଏକ୍ସ’ରେ ଟ୍ୱିଟର ଡାଉନ୍ ବୋଲି ଟ୍ରେଣ୍ଡ ହେବାରେ ମଧ୍ୟ ଲାଗିଛି। ସର୍ଭର ଡାଉନ୍ ହେବା କାରଣରୁ ୟୁଜର୍ସମାନେ ‘ଏକ୍ସ’ରେ ପୋଷ୍ଟ ସେୟାର କରିପାରୁନାହାଁନ୍ତି। ଉଭୟ ଫୋନ୍ ଏବଂ ୱେବରେ ୟୁଜର୍ସମାନେ ଏହି ଅସୁବିଧାର ସାମ୍ନା କରୁଛନ୍ତି।
X ଖୋଲିବା ସମୟରେ, Welcome ଲେଖା ହୋଇଛି କିନ୍ତୁ ଏହା ପରେ କୌଣସି ପୋଷ୍ଟ ଦେଖାଯାଉନି। ଉଭୟ ମୋବାଇଲ୍ ଏବଂ ଡେସ୍କଟପ୍ ବ୍ୟବହାରକାରୀ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉଭୟ ଭେରିଫାଇଡ ଓ ନନ୍ ଭେରିଫାଇଡ ଉଭୟଙ୍କ ପାଇଁ ଅସୁବିଧା ହୋଇଛି। ଏଥିପାଇଁ ବିଶ୍ଵବ୍ୟାପୀ କୋଟି କୋଟି ୟୁଜର୍ସ ସମସ୍ୟା ଭୋଗୁଛନ୍ତି।