ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ଚରମ ସ୍ଥିତିରେ ପହଁଚିଛି । ଦୁଇ ଦେଶ ମଧ୍ୟରେ ପୁନର୍ବାର ଯୁଦ୍ଧ ପିରିସ୍ଥିତି ଉତ୍ପନ୍ନ ହୋଇଛି । ଦୁଇ ଦେଶକୁ ଏବେ ପଛକୁ ହଟିବାକୁ ବିଶ୍ୱର ବଡ଼ ବଡ଼ ଦେଶ ଅପିଲ କରୁଛନ୍ତି । ଏହାରି ମଧ୍ୟରେ ସୁପ୍ରିମକୋର୍ଟରେ ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟଜୁ ଅତି ବ୍ୟଙ୍ଗାତ୍ମକ ଶୈଳୀରେ ପାକିସ୍ତାନକୁ ଉପହାସ କରିଛନ୍ତି ।
ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟଜୁ ତାଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ପାକିସ୍ତାନର ବିଭିନ୍ନ ସହରର ନାମକରଣ କରିଛନ୍ତି । ସେ କହିଛନ୍ତି ଆମେ ଲାହୋରବାଲୀଙ୍କୁ ଖୁସି କରାଇବାକୁ ଲାହୋରକୁ ‘ଲଭ୍ ନଗର’ରେ ନାମିତ କରାଯିବ । ସେହିପରି ପାକିସ୍ତାନରେ ସମୟ ଅନୁସାରେ ବର୍ଷା ହେବାକୁ ଇସଲାମାବାଦକୁ ଇନ୍ଦ୍ର ନଗର ନଗର ନାମରେ ନାମିତ କରିବା । ସେହିପରି କାଶୀର ପଣ୍ଡିତମାନଙ୍କୁ ଖୁସି କରିବାକୁ କରାଚୀକୁ ‘ନୂତନ କାଶୀ’, ମରାଠୀ ଭୋଟ୍ ବ୍ୟାଙ୍କ୍ ନେବାକୁ ପେଶ୍ୱାରକୁ ‘ପେଶ୍ୱା ନଗର’ ଓ ମଥୁରରର ଚୌବୈଙ୍କ ପାଇଁ କ୍ୱେତ୍ତାକୁ ‘କ୍ରୀଷ୍ଣା ନଗର’ ନାମରେ ନାମକରଣ କରାଯିବ । ତେବେ ସର୍ବୋପରି ପାକିସ୍ତାନର ନାମ ବଦଳାଇ ‘ପବନସୁତନାମା’ ନାମରେ ନାମିତ କରାଯିବ ବୋଲି ପୂର୍ବତନ ବିଚାରପତି କହିଛନ୍ତି ।
ସେହିପରି ପୂର୍ବତନ ବିଚାରପତି କାଟଜୁ ଆଉ ଏକ ପୋଷ୍ଟରେ ମଧ୍ୟ ବ୍ୟଙ୍ଗାତ୍ମକ ଶୈଳୀରେ ପାକିସ୍ତାନରେ କେଉଁ ସ୍ଥାନରେ, କେତେବେଳ ଏବଂ କଣ ଖାଇବେ ତାହା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଆମେ ଖୁବ ଶୀଘ୍ର ଲାହୋର ସକାଳ ଜଳଖିଆରେ ବାକନ୍ ଏବଂ ସ୍କ୍ରମ୍ବଲ୍ଡ ଏଗ୍ (ଅଣ୍ଡା) ଖାଇବା, ଇସଲାମାବାଦରେ ମଧ୍ୟାହ୍ନ ଭୋଜନରେ ବିରିୟାନୀ, ପେଶ୍ୱାରରେ ଚା ଓ ଡୋନଟ୍ ଏବଂ କରାଚୀରେ ରାତ୍ର ଭୋଜନରେ ସାମୁଦ୍ରିକ ଖାଦ୍ୟ ଖାଇବେ ବୋଲି ଲେଖିଛନ୍ତି ।