ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେବେ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ଏହି ହାଇପ୍ରୋଫାଇଲ୍ ବିବାହରେ ସାମିଲ ହେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହ ଅନେକ VVIP। ଶିଳ୍ପପତି ଠୁ ଆରମ୍ଭ କରି ବଲିଉଡର ବହୁ ତାରକା ଓ କ୍ରିକେଟ ଦୁନିଆର ଅନେକ ଷ୍ଟାର ମଧ୍ୟ ବିବାହ ଉତ୍ସବରେ ସାମିଲ ହେବେ ବଣ୍ଟାଗଲାଣି। ବିବାହକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଏବେ ଅତିଥିଙ୍କୁ ଭେଟି ନିମନ୍ତ୍ରଣ ପତ୍ର ବାଣ୍ଟୁଛନ୍ତି ସଚିନଙ୍କ ସମତେ ତାଙ୍କର ପୁରା ପରିବାର।
ସଚିନ ଓ ତାଙ୍କ ପରିବାର ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ନିମନ୍ତ୍ରଣ ଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବି ଇନଭିଟେସନ୍ ଦେଇଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବି ଭେଟି ନିମନ୍ତ୍ରଣ ପତ୍ର ବାଣ୍ଟିଛନ୍ତି ସଚିନ। ଏତିକିବେଳେ ସଚିନଙ୍କ ସହ ସାଙ୍ଗରେ ପତ୍ନୀ ଅଞ୍ଜଳି, ଝିଅ ସାରା, ପୁଅ ଅର୍ଜୁନ ଓ ଭାବି ବୋହୂ ସାନିଆ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ଏମାନଙ୍କ ବ୍ୟତୀତ ସହ ଶିଳ୍ପପତି ମୁକେଶ ଅମ୍ବାନୀ, ବଲିଉଡର ବହୁ ତାରକା ଓ କ୍ରିକେଟ ଦୁନିଆର ଅନେକ ସାଥୀଙ୍କୁ ବି ନିମନ୍ତ୍ରଣ ପତ୍ର ଦେଇଛନ୍ତି ସଚିନଙ୍କ ପରିବାର।
ଅର୍ଜୁନ ତେନ୍ଦୁଲକର ସାନିଆ ଚାନ୍ଦୋକଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଅର୍ଜୁନଙ୍କ ଭାବି ପତ୍ନୀ ସାନିଆ ଜଣେ ଉଦ୍ୟୋଗୀ ଏବଂ ଏକ ଜଣାଶୁଣା ବ୍ୟବସାୟିକ ପରିବାରରୁ ଆସିଛନ୍ତି। ସାନିଆ ଜଣେ ପ୍ରମୁଖ ଶିଳ୍ପପତି ଏବଂ ଗ୍ରାଭିସ୍ ଗ୍ରୁପ୍ର ମୁଖ୍ୟ ରବି ଘାଇଙ୍କ ନାତୁଣୀ। ସାନିଆ ମୁମ୍ବାଇ ସ୍ଥିତ ଏକ ବ୍ୟବସାୟ, ଯାହା ପୋଷା ପ୍ରାଣୀ ଯତ୍ନ ସେବା ଉପରେ ଧ୍ୟାନ କେନ୍ଦ୍ରିତ, ମିଷ୍ଟର ପଜ୍ ପେଟ୍ ସ୍ପା ଆଣ୍ଡ୍ ଷ୍ଟୋର୍ LLPରେ ଜଣେ ମନୋନୀତ ଅଂଶୀଦାର ଏବଂ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରନ୍ତି।
କେବେ ହେବ ବିବାହ?
ରିପୋର୍ଟ ଅନୁଯାୟୀ, ଅର୍ଜୁନ ତେନ୍ଦୁଲକର ଏବଂ ସାନିଆ ଅଗଷ୍ଟ ୨୦୨୫ ରେ ବିବାହ ପାଇଁ ପ୍ରଥମ ପଦକ୍ଷେପ ନେଇଥିଲେ। ସେମାନଙ୍କର ଏକ ଗୁପ୍ତ ନିର୍ବନ୍ଧ ସମାରୋହ ହୋଇଥିଲା ଯେଉଁଥିରେ କେବଳ ନିକଟତର ପରିବାର ସଦସ୍ୟମାନେ ଯୋଗ ଦେଇଥିଲେ। ରିପୋର୍ଟ ଅନୁଯାୟୀ, ଅର୍ଜୁନ ତେନ୍ଦୁଲକର ଏବଂ ସାନିଆ ଚାନ୍ଦୋକଙ୍କ ବିବାହ ତାରିଖ ମଧ୍ୟ ଚୂଡ଼ାନ୍ତ ହୋଇଛି। ରୀତିନୀତି ଆସନ୍ତା ମାସ, ମାର୍ଚ୍ଚ ୩ ରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି ଏବଂ ବିବାହ ଉତ୍ସବ ୫ ମାର୍ଚ୍ଚ ୨୦୨୬ ରେ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି।
ଅଧିକ ପଢନ୍ତୁ: ସାବଧାନ ଶତ୍ରୁ; ଭାରତ ଇତିହାସରେ ହେବାକୁ ଯାଉଛି ସବୁଠାରୁ ବଡ଼ ପ୍ରତିରକ୍ଷା ଚୁକ୍ତି; ବାୟୁସେନା କିଣିବ ୧୧୪ ରାଫାଲ୍ ଯୁଦ୍ଧବିମାନ