ନୂଆଦିଲ୍ଲୀ, ଜାନୁଆରୀ 15 (ଖବର ଓଡିଶା) :
ମହାମାରୀ କରୋନା କବଳରୁ ମୁକୁଳିବାକୁ ଜୋରଜାର ଲଢେଇ କରୁଛି ଭାରତ । ଏଥିରୁ ମିଳିବ ମୁକ୍ତି । ସାରା ଦେଶରେ ହେବ ଟୀକାକରଣ । ଆସନ୍ତାକାଲି ସକାଳ 9 ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୀକାକରଣର ଶୁଭାରମ୍ଭ କରିବେ ।
ଆସନ୍ତାକାଲି ସାରା ଦେଶରେ ହେବ ଟୀକାକରଣ ଆରମ୍ଭ ହେବ । ପ୍ରଥମେ ଦେଶର ତିନି ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟୀକା ଦିଆଯିବ । ଦେଶର ତିନି ହଜାର ଟୀକା ବୁଥରେ ଏହି ସ୍ୱାସ୍ଥ୍ୟକର୍ମୀଙ୍କୁ ଉଭୟ କୋଭିସିଲ୍ଡ ଏବଂ କୋଭାକ୍ସିନ ଟୀକା ଦିଆଯିବ । ସକାଳ 9 ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୀକାକରଣର ଶୁଭାରମ୍ଭ କରିବେ । ଏହି ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।
ଆସନ୍ତାକାଲି ଦେଶର 2,934 କେନ୍ଦ୍ରରେ କରୋନା ଟୀକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମେ 5000 କେନ୍ଦ୍ରରେ ଟୀକା ଦେବା ପାଇଁ ପ୍ରସ୍ତୁତି ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ କମ କରାଯାଇଛି । ଦିଲ୍ଲୀର 89 ଟି କେନ୍ଦ୍ରରେ ଟୀକାକରଣ ଚୟନ ହୋଇଥିବା ବେଳେ ଏଥିରେ ହ୍ରାସ କରାଯାଇ ବର୍ତ୍ତମାନ ଏହି ସଂଖ୍ୟା 75 କରାଯାଇଛି । ତେବେ ଆଗାମୀ ଦିନରେ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ ।