ନୂଆଦିଲ୍ଲୀ: ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବରେ ସମ୍ବୋଧନ ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି କଂଗ୍ରେସ ପାଇଁ ପ୍ରଥମ ପରିବାର, ହେଲେ ମୋ ପାଇଁ ଦେଶ ହେଉଛି ପ୍ରଥମ । କଂଗ୍ରେସ କେବଳ ପରିବାରରେ ସୀମିତ ଥିଲା, ହେଲେ ଆମର ବିକାଶ ମଡେଲକୁ ସବୁଆଡ଼ୁ ଜନତା ସମର୍ଥନ ଦେଉଛନ୍ତି ।
କଂଗ୍ରେସକୁ ଟାଗେର୍ଟ କରି ବର୍ଷିବା ବେଳେ ମୋଦୀ ଆହୁରି କହିଛନ୍ତି, ଜାତିବାଦର ବିଷ ବୁଣିବାକୁ ଉଦ୍ୟମ କରୁଛି କଂଗ୍ରେସ, କଂଗ୍ରେସ ଲୋକଙ୍କ ଆଖିରେ ପଟି ବାନ୍ଧିଥିଲା ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବିକାଶରେ ନାରୀଶକ୍ତି ଯୋଗଦାନକୁ କେବେ ଅସ୍ୱୀକାର କରି ହେବନି । ଏଥିପାଇଁ କେନ୍ଦ୍ର ସରକାର ନାରୀଶକ୍ତି ବନ୍ଧନ ଅଧିନୀୟମ ଅଣାଯାଇଛି । ବାବା ସାହେବ ଆମ୍ବେଦକରଙ୍କ କଥା ଉଠାଇ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦୀ । ସେ କହିଛନ୍ତି, କଂଗ୍ରେସ ବାବା ସାହେବଙ୍କୁ କେବେ ସମ୍ମାନ ଦେଉନଥିଲା । ଏଥିପାଇଁ କଂଗ୍ରେସକୁ ରଙ୍ଗ ବଦଳାଇବାକୁ ପଡ଼ିଲା । ଏଥିପାଇଁ ଦେଶର ସବୁଠୁ ପୁରୁଣା ପାର୍ଟିର ଏହି ଅବସ୍ଥା । କାରଣ ବାବା ସାହେବ ଏସସି ଏସଟିଙ୍କ ବିକାଶ ପାଇଁ ରୋଡ ମ୍ୟାପ୍ କରିଥିଲେ ।
ଅଧିକ ପଢନ୍ତୁ: ନାକ୍ ମାନ୍ୟତା ପାଇଁ ଲାଞ୍ଚ କାରବାର ଘଟଣାରେ ନିଲମ୍ବନ ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣା; ପୂର୍ବରୁ ସିବିଆଇ କରିଥିଲା ଗିରଫ
ପିଏମ୍ ବିଶ୍ୱର୍କମା ଯୋଜନା ବିନା ସମାଜରେ ବିକାଶ ଅସମ୍ଭବ । ହେଲେ କଂଗ୍ରେସ ସରକାରରେ ଥିବା ବେଳେ ଏସବୁ ଦୃଷ୍ଟି ଦେଇନଥିଲା । ମୁଦ୍ରା ଯୋଜନା କଥା ଉଠାଇ ମୋଦୀ କହିଛନ୍ତି ମୁଦ୍ରା ଯୋଜନାରେ ବିନା ଗ୍ୟାରେଣ୍ଟିରେ ଲୋନ୍ ଦେବା ପ୍ରଥମେ ଆମ ସରକାର ଆରମ୍ଭ କରିଛି । ବିନା ଗ୍ୟାରେଣ୍ଟିରେ ୧ କୋଟି ଯାଏଁ ଲୋନ ବ୍ୟବସ୍ଥା କରାଯାଇଛି । ଗରିବ ଓ ବଞ୍ଚିତ ସମୁଦାୟ ଲୋକଙ୍କ ପାଇଁ ଆମେ କାମ କରୁଛି । ଆଗରୁ ଖେଳାନା ଆମଦାନୀ କରାଯାଉଥିଲା ହେଲେ ଏବେ ୩ ଗୁଣା ରପ୍ତାନୀ ହେଉଛି । ମତ୍ସଜୀବିଙ୍କ ବିକାଶ ପାଇଁ ୪୦ ହଜାର କୋଟି ଖର୍ଚ୍ଚ କରାଯାଉଛି । ଆଦିବାସୀ ସମାଜ ପାଇଁ ପିଏମ୍ ଜନମନ ଯୋଜନା କରାଯାଇଛି ।