ସମ୍ବଲପୁର: ନାକ୍ ମାନ୍ୟତା ପାଇଁ ଲାଞ୍ଚ କାରବାର ମାମଲା । ଏହି ମାମଲାରେ ଅଭିଯୁକ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣାଙ୍କୁ ନିଲମ୍ବନ କରାଯାଇଛି । ପୂର୍ବରୁ ତାଙ୍କୁ ଏହି ମାମଲା ପାଇଁ ସିବିଆଇ ଗିରଫ କରିଥିବା ବେଳେ ତାଙ୍କୁ କଲେଜରୁ ନିଲମ୍ବନ କରାଯାଇଛି । ବିଶ୍ୱବିଦ୍ୟାଳୟର କତୃପକ୍ଷ ତାଙ୍କୁ ନିଲମ୍ବନ କରିଛନ୍ତି ।
ଘରୋଇ ବିଶ୍ୱବିଦ୍ୟାଳୟ ରେଟିଂ ପାଇଁ ପ୍ରଫେସର ବୁଲୁ ମହାରଣା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମଙ୍ଗଳବାର ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ରେଡ କରିଥିଲା । ତାଙ୍କ ସମ୍ବଲପୁର ସ୍ଥିତ ବାସଭବନରେ ଚଢାଉ କରି ଗିରଫ କରିଥିଲା ସିବିଆଇ । ନାକ୍ ଟିମରେ ବୁଲୁ ମହାରଣା ସାମିଲ ଥିବା ବେଳେ ସେ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି । ତାଙ୍କ ସମେତ ଅନ୍ୟ ୧୦ଜଣଙ୍କୁ ଗିରଫ କରାଯାଇଛି । ଓଡ଼ିଶା ସମତେ ଚେହ୍ନାଇ, ବେଙ୍ଗାଲୁରୁ, ବିଜୟୱାଡା, ସମ୍ବଲପୁର, ଭୋପାଳ, ଦିଲ୍ଲୀରେ ବି ଚଢଉ କରିଥିଲା ସିବିଆଇ ।
ଅଧିକ ପଢନ୍ତୁ: ତାମିଲନାଡ଼ୁରେ ଲଜ୍ଜ୍ୟା; ସ୍କୁଲ ଛାତ୍ରୀକୁ ଗଣଦୁର୍ଷ୍କମ ମାମଲାରେ ବନ୍ଧା ହେଲେ ୩ ଶିକ୍ଷକ