ତାମିଲନାଡୁ: ଗୁରୁ ନାଁରେ କଳଙ୍କ । ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ୩ ଶିକ୍ଷକ । ତାମିଲନାଡୁର କୃଷ୍ଣଗିରିର ପୋଚମପାଲି ହାଇସ୍କୁଲରେ ଘଟିଛି ଏହି ଘଟଣା । ଘଟଣାଟି ୧ ମାସ ତଳେ ଘଟିଥିବା ବେଳେ ଏବେ ସାମ୍ନାକୁ ଆସିଛି । ନାବାଳିକା ଛାତ୍ରୀଙ୍କ ସହ ଏଭଳି ଜଘନ୍ୟକାଣ୍ଡ ଘଟିଥିବା ନେଇ ପୀଡ଼ିତାଙ୍କ ମା ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଜଣାଇବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା ।
ଘଟଣା ମୁତାବିକ ତାମିଲନାଡୁର କୃଷ୍ଣଗିରିର ପୋଚମପାଲି ହାଇସ୍କୁଲରେ ପଢ଼ୁଥିବା ଜଣେ ନାବାଳିକା ଝିଅକୁ ସ୍କୁଲର ତିନି ଜଣ ଶିକ୍ଷକ ଗଣଦୁଷ୍କର୍ମ କରିଥିବା ନେଇ ପୀଡ଼ାତାଙ୍କ ମା ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଚାରିଆଡୁ ତ୍ରୀବ ବିରୋଧ ପରେ ସମ୍ପୃକ୍ତ ୩ ଜଣ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବନ କରିଛନ୍ତି । ଏବଂ ପୋସ୍କୋ ଆଇନ ଅନୁଯାୟୀ ଅଭିଯୁକ୍ତ ୩ ଶିକ୍ଷକଙ୍କୁ ଗିରଫ କରାଯାଇଛି ।
ଘଟଣା ମୁତାବିକ, ପୀଡିତା ଜଣଙ୍କ ଏକ ମାସ ଧରି ସ୍କୁଲ ନଆସିବାରୁ ଏହାର କାରଣ ପଚାରିଥିଲେ ସ୍କୁଲର ପ୍ରଧାନ ଶିକ୍ଷକ । ଏହାପରେ ପୀଡିତାଙ୍କ ମା ସ୍କୁଲର ୩ ଜଣ ଶିକ୍ଷକ ଝିଅ ସହ ଗଣଦୁଷ୍କର୍ମ କରିଥିବା ନେଇ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ । ତେବେ ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରଧାନଶିକ୍ଷକ ତୁରନ୍ତ ତାଙ୍କୁ ପୋଲିସରେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ରିପୋର୍ଟ କରିବାକୁ ପରାମର୍ଶ ଦେଇଥିଲେ।
ଅଧିକ ପଢନ୍ତୁ: ୭ ବର୍ଷର ଶିଶୁ ଗାଲରେ ଥିବା କ୍ଷତକୁ ସିଲାଇ କରିବା ପରିବର୍ତ୍ତେ ଲଗାଇଲେ ଫେଭିକ୍ୱିକ୍; ହରାଇବାକୁ ପଡ଼ିଲା ଚାକିରୀ
ଅଭିଯୋଗ ପରେ, କର୍ତ୍ତୃପକ୍ଷ ଝିଅଟିକୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ବର୍ତ୍ତମାନ ଝିଅଟିର ଚିକିତ୍ସା ଚାଲିଛି। ସେପଟେ ଏହି ମାମଲାରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।