କର୍ଣ୍ଣାଟକ: କ୍ଷତ ସ୍ଥାନରେ ଫେଭିକ୍ୱିକ୍ ଲଗାଇ ନିଲମ୍ବିତ ହେଲେ ନର୍ସ । କର୍ଣ୍ଣାଟକର ଏକ ସରକାରୀ ହସ୍ପିଟାଲରେ ଜଣେ ନର୍ସଙ୍କୁ ଏଥିପାଇଁ ନିଳମ୍ବନ କରାଯାଇଛି । ଏକ ୭ ବର୍ଷର ଶିଶୁର ଗାଲରେ ଗଭୀର କ୍ଷତ ହୋଇଥିଲା । ନର୍ସ ଜଣକ ଏହି କ୍ଷତକୁ ସିଲାଇ କରିବା ପରିବର୍ତ୍ତେ କ୍ଷତ ସ୍ଥାନରେ ଫେଭିକ୍ୱିକ୍ ଲଗାଇଦେଇଥିଲେ । ଯେଉଁଠି ପାଇଁ ତାଙ୍କୁ ନିଳମ୍ବନ କରାଯାଇଛି । ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୁଧବାର ଡକାଯାଇଥିବା ଏକ ବୈଠକରେ ତାଙ୍କୁ ନିଲମ୍ବିତ କରିବାର ନିଷ୍ପତ୍ତି ନିଆଯାଇଛି।
ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସେବାର କମିଶନରଙ୍କ କାର୍ୟ୍ୟାଳୟର ଏକ ବିବୃତ୍ତି ଅନୁଯାୟୀ, ଫେଭିକ୍ୱିକ ଏକ ଆଡେସିଭ ଯାହା ନିୟମ ଅନୁଯାୟୀ ଚିକିତ୍ସାରେ ବ୍ୟବହାର ପାଇଁ ଅନୁମତିପ୍ରାପ୍ତ ନୁହେଁ। ଏହି ମାମଲାରେ, ଶିଶୁର ଚିକିତ୍ସା ପାଇଁ ଫେଭିକ୍ୱିକ ବ୍ୟବହାର କରି କର୍ତ୍ତବ୍ୟରେ ଅବହେଳା ପାଇଁ ଦାୟୀ ଷ୍ଟାଫ ନର୍ସଙ୍କୁ ପ୍ରାଥମିକ ରିପୋର୍ଟ ପରେ ନିଲମ୍ବିତ କରାଯାଇଛି ଏବଂ ନିୟମ ଅନୁଯାୟୀ ଅଧିକ ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ, ଏହି ଘଟଣାଟି ଜାନୁଆରୀ ୧୪ ତାରିଖରେ ହାଭେରୀ ଜିଲାର ହନାଗଲ ତାଲୁକର ଆଦୂର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଘଟିଥିଲା । ସାତ ବର୍ଷୀୟ ଗୁରୁକିଶନ ଅନ୍ନାପ୍ପା ହୋସାମଣିଙ୍କ ଗାଲରେ ଗଭୀର କ୍ଷତ ହୋଇ ପ୍ରଚୁର ରକ୍ତସ୍ରାବ ହେଉଥିଲା। ଏଥିପାଇଁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ କରିବାକୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର ନର୍ସ ଜଣକ ସିଲାଇ କରିବା ପରିବର୍ତ୍ତେ ଶିଶୁର ଗାଲରେ ଥିବା କ୍ଷତ ସ୍ଥାନରେ ଫେଭିକ୍ୱିକ୍ ଲଗାଇଥିଲେ ।
ଅଧିକ ପଢନ୍ତୁ: ଇଚ୍ଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ପୂର୍ବତନ ସେନା କର୍ମଚାରୀ; ଦିନେ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ବାଜିରେ ଲଗାଉଥିଲେ, ହେଲେ ଏବେ ନ୍ୟାୟ ନ ପାଇ ହତାଶ ହେବା ପରେ ଇଚ୍ଛାମୃତ୍ୟୁ ପାଇଁ କରିଛନ୍ତି ଆବେଦନ
ପରିବାର ଲୋକେ ଚିକିତ୍ସା ବେଳର ଭିଡ଼ିଓ ଉତ୍ତୋଳନ କରିବା କରିଥିଲେ । ତେବେ ଭିଡିଓରେ ଶୁଣିବାକୁ ମିଳିଛି ନର୍ସ ଜଣକ କହୁଛନ୍ତି, ଦୀର୍ଘ ବର୍ଷ ହେବ ସେ ଏଭଳି କରି ଆସୁଥିବା କହିଛନ୍ତି । ଏହି ଭିଡ଼ିଓକୁ ପରିବାର ପ୍ରମାଣ ସ୍ୱରୁପ ଦାଖଲ କରିବା ପରେ ସମ୍ପୃକ୍ତ ନର୍ସଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ନିଆଯାଇଛି ।