ଭୋପାଲ: ମଧ୍ୟପ୍ରଦେଶ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ତଥା ପର୍ଶୁରାମ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ପଣ୍ଡିତ ବିଷ୍ଣୁ ରଜୋରିଆଙ୍କ ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବ୍ରାହ୍ମଣ ଦମ୍ପତ୍ତିଙ୍କୁ ଚାରୋଟି ଲେଖାଏଁ ପିଲା ଜନ୍ମ କରିବାକୁ ପରାମର୍ଶ ଦେଇଛନ୍ତି । ଯେଉଁମାନେ ୪ ଟି ପିଲା ଜନ୍ମ କରିବେ ସେମାନଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲ ସେ ଏକ କାର୍ଯ୍ୟକ୍ରମରେ କହିଛନ୍ତି । ଯାହାକୁ ନେଇ ଜୋରଦାର ଆଲୋଚନା ଆରମ୍ଭ ହୋଇଯାଇଛି ।
ଭୋପାଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଷ୍ଣ ରଜୋରିଆ ଯୋଗ ଦେଇ ଜନସଂଖ୍ୟା ବୃଦ୍ଧି କରିବା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ସେ କହିଛନ୍ତି ବିଧର୍ମୀଙ୍କୁ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । କାରଣ ଆମେ ପରିବାର ବୃଦ୍ଧି କରିବା ଉପରେ ଧ୍ୟାନ ଦେବା ବନ୍ଦ କରି ଦେଇଛୁ । ଯୁବକମାନଙ୍କ ଉପରେ ଅନେକ ଭରସା ରହିଛି । ଆମେ ବୟସ୍କ ବ୍ୟକ୍ତିଙ୍କଠାରୁ ବିଶେଷ ଆଶା ରଖି ପାରିବା ନାହିଁ । ଆଗାମୀ ପୀଢ଼ିଙ୍କୁ ସୁରକ୍ଷା ଦେବାକୁ ଯୁବପୀଢ଼ୀମାନଙ୍କର ଦାୟିତ୍ୱ ଅଟେ । ଯୁବ ପୀଢ଼ୀମାନେ ବ୍ୟବସ୍ଥିତ ହେବା ପାଇଁ ଗୋଟିଏ ପିଲା ପରେ ଆଉ ପିଲା ଜନ୍ମ କରୁ ନାହାଁନ୍ତି ।
ଏହା ପରେ ସେ ଚାରୋଟି ପିଲା ଥିବା ଦମ୍ପତ୍ତିଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିବେ ଘୋଷଣା କରିଛନ୍ତି । ପର୍ଶୁରାମ ବୋର୍ଡ ଏହି ଟଙ୍କା ପ୍ରଦାନ କରିବ । ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହା କୌଣସି ସରକାରୀ ଘୋଷଣା ନୁହେଁ ବରଂ ଏହା ତାଙ୍କର ବ୍ୟକ୍ତିଗତ ଘୋଷଣା କରିଛନ୍ତି ।