ଝାନ୍ସୀ: ଉତ୍ତର ପ୍ରଦେଶର ଝାନ୍ସୀ ରେଳ ଷ୍ଟେସନର ୬ ନମ୍ବର ପ୍ଲାଟଫର୍ମରେ ସୋମବାର ରାତିରେ ମହାକୁମ୍ଭ ସ୍ପେଶାଲ ଟ୍ରେନ୍ର ବୋର୍ଡରେ ଧସ୍ତାଧସ୍ତି ହୋଇଛି। ଫଳରେ ଦୁଇ ଜଣ ଯାତ୍ରୀ ଟ୍ରାକ୍ ଉପରେ ପଡ଼ିଥିବା ବେଳେ ଅନେକ ପ୍ଲାଟଫର୍ମରେ ପଡ଼ିଯାଇଥିଲେ। ଠିକ୍ ସମୟରେ ଟ୍ରେନ୍ ଅଟକାଇ ଗାର୍ଡ ଓ ଡ୍ରାଇଭର ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦେଇଥିଲେ। ଅନେକ ଯାତ୍ରୀ ଏହି ଘଟଣାର ଭିଡିଓ ରେକର୍ଡ କରିଥିଲେ ଯାହା ଖୁବ୍ ଶୀଘ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ପ୍ରୟାଗରାଜରୁ ଝାନ୍ସୀରେ ପହଞ୍ଚିଥିବା ଝାନ୍ସୀ-ପ୍ରୟାଗରାଜ ରିଙ୍ଗରେଲ ଏକ୍ସପ୍ରେସ ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟରେ ୬ରୁ ୮ ନମ୍ବର ପ୍ଲାଟଫର୍ମରେ ସଫେଇ ପାଇଁ ପଠାଯାଉଥିଲା। ଟ୍ରେନ୍ ଚାଲିଯାଉଥିବା ଦେଖି ଯାତ୍ରୀମାନେ ଭାବିଲେ ଯେ ଟ୍ରେନ୍ ଚାଲିଯାଉଛି, ତେଣୁ ଟ୍ରେନ୍ରେ ଚଢ଼ିବା ପାଇଁ ଭିଡ଼ ଜମିଥିଲା। ଫଳରେ ପ୍ଲାଟଫର୍ମରେ ହଇଚଇ ସୃଷ୍ଟି ହୋଇଥିଲା।
କିଛି ଯାତ୍ରୀ ପ୍ଲାଟଫର୍ମ ଉପରେ ଖସି ପଡ଼ିଥିବା ବେଳେ ଜଣେ ମହିଳା ଓ ଜଣେ ପୁରୁଷ ଟ୍ରାକ୍ ଉପରେ ପଡ଼ିଯାଇଥିଲେ। କୌଣସି ପ୍ରକାରେ ଯାତ୍ରୀମାନେ ଉଭୟଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ। ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ସିଂହ କହିଛନ୍ତି। ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି।
ପ୍ରୟାଗରାଜରେ ମହାକୁମ୍ଭର ଭବ୍ୟ ଆରମ୍ଭ ହୋଇଛି। ପୌଷ ପୂର୍ଣ୍ଣିମା ସ୍ନାନ ପର୍ବ ପରେ ଏବେ ମଙ୍ଗଳବାରଠାରୁ ମହାକୁମ୍ଭ ଆରମ୍ଭ ହୋଇଛି। ଦୂର ଦୂରାନ୍ତରୁ ଲୋକେ ପ୍ରୟାଗରାଜରେ ପହଞ୍ଚୁଛନ୍ତି। ଏହି ମହାକୁମ୍ଭରେ ପ୍ରାୟ ୪୫ କୋଟି ଲୋକ ଯୋଗଦେବେ ବୋଲି ଆଶା କରାଯାଉଛି। ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଛି।
ଅଧିକ ପଢ଼ନ୍ତୁ: ଗଙ୍ଗାସାଗରରେ ଆଜି ସ୍ନାନ କରିବେ ଲକ୍ଷାଧିକ ଶ୍ରଦ୍ଧାଳୁ