ପଦ୍ମଭୂଷଣ ପିଡିପି ନେତା କହିଲେ, ପାକିସ୍ତାନ-ଆମେରିକା ମଧ୍ୟ ମାନିଛି ଜାମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ
Khabar Odisha:national-odisha-pakistan-us-asking-for-autonomy-it-means-they-accepted-jk-an-integral-part-of-india-padma-bhushan-pdp-muzaffar-hussain
ଶ୍ରୀନଗର, ଜାନୁଆରୀ୨୬(ଖବର ଓଡ଼ିଶା):

ପଦ୍ମ ଭୂଷଣ ପାଇଁ ମନୋନୀତ ପିଡିପି ନେତା ମୁଜଫର ହୁସେନ ବେଗ ରବିବାର ଜାମ୍ମୁ-କାଶ୍ମୀରରେ କହିଛନ୍ତି ଯେ, ଏହି ପୁରସ୍କାର ମୋତେ ନୁହଁ ଜାମ୍ମୁ-କାଶ୍ମୀରବାସୀଙ୍କୁ ଦିଆଯାଇଛି ପିଡିପି ନେତା ମୁଜଫର ହୁସେନ ବେଗ କହିଛନ୍ତି ଆମେ ଚାହୁଁଛୁ ଯେ, ଦେଶରେ ଯେତେ ରାଜ୍ୟ ରହିଛି ସେମାନଙ୍କ ସହିତ ଆଉ ଗୋଟିଏ ପାଦ ବିକାଶ ଜାମ୍ମୁ-କାଶ୍ମୀରର ହେଉ ଏଠାକାର ଲୋକଙ୍କ ହକ ଓ ସ୍ଵାଧୀନତା ସୁରକ୍ଷିତ ରହୁ। ଆମେ ଏହି ଦେଶର ଯେମିତି ଅଭିନ୍ନ ଅଙ୍ଗ ଅଛୁ ତାଠୁ ମଧ୍ୟ ଅଧିକ ମଜବୁତ ହୋଇ ରହୁ। 

ବେଗ୍ ଏହା ମଧ୍ୟ କହିଛନ୍ତି ଜାମ୍ମୁ-କାଶ୍ମୀରରେ କୌଣସି ଜନମତ ସଂଗ୍ରହ ହୋଇ ପାରିବ ନାହିଁ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାମ୍ମୁ-କାଶ୍ମୀର ପାଇଁ ସ୍ଵାଧୀନତା ଦାବି କରୁଛନ୍ତି। ଏହାର ଅର୍ଥ ସେମାନେ ସ୍ଵୀକାର କରିଛନ୍ତି ଯେ, ଜାମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ। ଆମର ଦାବି ଏହା ଯେ, ଭାରତୀୟ ସମ୍ବିଧାନ ଅନୁସାରେ ଜାମ୍ମୁ-କାଶ୍ମୀରକୁ ସବୁ ସୁବିଧା ମିଳୁ। 

ଉଲ୍ଲେଖଯୋଗ୍ୟ ସାଧାରଣତନ୍ତ୍ର ଦିବସର ଅବ୍ୟବେହିତ ପୂର୍ବରୁ ଗତକାଲି କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଥିଲେ। ଏଥର ସାତ ଜଣଙ୍କୁ ଦେଶର ଦ୍ଵିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯିବ। ସେହି ପରି ୧୮ ଜଣଙ୍କୁ ପଦ୍ମଭୂଷଣ ଓ ୧୧୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯିବ। 

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସ, ଅରୁଣ ଜେଟଲୀ, ସୁଷମା ସ୍ଵରାଜ, ଏମସି ମେରିକମ, ଛନ୍ନୁଲାଲ ମିଶ୍ର ଓ ଅନିରୁଦ୍ଧ ଜଗନ୍ନାଥଙ୍କୁ ମଧ୍ୟ ପଦ୍ମ ବିଭୂଷଣରେ ସମ୍ମାନିତ କରାଯିବ। ବିଶ୍ଵେଶତୀର୍ଥ ସ୍ଵାମୀଜୀଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ ଦିଆଯିବ।

Subscribe

National International State Sports Entertainment