ଜିନପିଙ୍ଗଙ୍କ ସ୍ଵାଗତ ପାଇଁ ପ୍ରସ୍ତୁତ ମହାବଳୀପୁରମ, କାଲି ହେବ ଦୁଇ ବିଶ୍ଵ ନେତାଙ୍କ ସାକ୍ଷାତ
Khabar Odisha:national-odisha-mamallapuram-is-all-set-to-welcome-chinese-president-xi-jinping-and-pm-modi
ନୂଆଦିଲ୍ଲୀ,ଅକ୍ଟୋବର୧୦(ଖବର ଓଡ଼ିଶା):

 ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ନିଜର ଦୁଇ ଦିବସୀୟ ଗସ୍ତରେ ଭାରତ ପହଞ୍ଚୁଛନ୍ତି। ଦକ୍ଷିଣ ଭାରତର ପ୍ରାଚୀନ ନଗର ମହାବଳୀପୁରମରେ ହେବାକୁ ଥିବା ମୋଦୀ-ଜିନପିଙ୍ଗଙ୍କ ଶିଖରବାର୍ତ୍ତା ପୂର୍ବରୁ ସମସ୍ତ ପ୍ରସ୍ତୁତି ପୂରା ହୋଇ ଯାଇଛି। ଶୁକ୍ରବାର ଜିନପିଙ୍ଗଙ୍କୁ ଏଠାରେ ପାରମ୍ପରିକ ଭାବେ ସ୍ଵାଗତ  କରାଯିବ। ଗୁରୁବାରଠୁ ହିଁ  ପୋଲିସ ଓ ଏସପିଜିର ଯବାନ ମହାବଳୀପୁରମର ସୁରକ୍ଷା ଦାୟିତ୍ଵ ସମ୍ଭାଳିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋଦୀ ମହାବଳୀପୁରମରେ ଅପରାହ୍ନ ୪ଟାରେ ଜିନପିଙ୍ଗଙ୍କ  ସ୍ଵାଗତ କରିବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପୂର୍ବାହ୍ନ ୧୧ଟା ୧୫ ମିନିଟରେ ଚେନ୍ନାଇରେ ପହଞ୍ଚିବେ। 

ସମୁଦ୍ର କୂଳରେ ସ୍ଥିତ ଏହି ପ୍ରାଚୀନ ସହରର ମନ୍ଦିର ପ୍ରାଙ୍ଗଣକୁ ବୁଲେଟ୍ ପ୍ରୁଫର ରୂପ ଦିଆଯାଇଛି। ଏଠାରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ। ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ.ପଲାନିସ୍ଵାମୀ ଗୁରୁବାର ସନ୍ଧ୍ୟାରେ ମହାବଳୀପୁରମ ପହଞ୍ଚି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପ୍ରାଚୀନ ମନ୍ଦିର ଓ ଐତିହାସିକ ସ୍ଥଳୀରେ ପର୍ୟ୍ୟାଟକଙ୍କ ପ୍ରବେଶ ପାଇଁ ବନ୍ଦ କରି ଦିଆଯାଇଛି। ସହରର ଜାଗା ଜାଗାରେ ବ୍ୟାରିକେଟ୍ ଲଗାଯାଇଛି। 

ପୂର୍ବ କୋଷ୍ଟାଲ ରୋଡରେ ସହର ଅଭିମୁଖେ ଯାଉଥିବା ସଡ଼କରେ ଏକ ଭବ୍ୟ ତୋରଣ ନିର୍ମାଣ କରାଯାଇଛି। ଏହା ଉଭୟ ବିଶ୍ଵସ୍ତରୀୟ ନେତାଙ୍କୁ ସ୍ଵାଗତ କରିବ। ଚୀନ ରାଷ୍ଟ୍ରପତି ଯେଉଁ ଆଇଟିସିର ଗ୍ରେଣ୍ଡ ଚୋଲା ହୋଟେଲରେ ଅବସ୍ଥାପିତ କରିବେ ତାର ସାମ୍ନାରେ କଦଳୀ ଗଛ ଓ ଆଖୁକୁ ବ୍ୟବହାର କରି ପାରମ୍ପରିକ ଆକୃତି ପ୍ରସ୍ତୁତ କରାଯାଇଛି। ବିମାନ ବନ୍ଦରରେ ୫୦୦ କଳାକାରଙ୍କ ଦ୍ଵାରା ପାରମ୍ପରିକ ବାଦ୍ୟ ଯନ୍ତ୍ର ସାହାଯ୍ୟରେ ଜିନପିଙ୍ଗଙ୍କ ସ୍ଵାଗତ କରାଯିବ। ଏହା ବ୍ୟତୀତ ଭାରତ ନାଟ୍ୟମ ଓ କଥକଲି ପରି ନୃତ୍ୟୁ ମଧ୍ୟ ପ୍ରଦର୍ଶିତ ହେବ।

ଏ ହେଉଛି କାର୍ଯ୍ୟକ୍ରମ

ଅକ୍ଟୋବର ୧୧ର କାର୍ଯ୍ୟସୂଚୀ

୧୨ଟା ୩୦PM- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇ ବିମାନ ବନ୍ଦରକୁ ଆଗମନ କରିବେ

୧୨ଟା ୫୫PM- ମହାବଳୀପୁରମ ବିମାନବନ୍ଦରରେ ହେଲିକପ୍ଟର ଦ୍ଵାରା ଆଗମନ

୧ଟା ୩୦PM- ଚୀନ ରାଷ୍ଟ୍ରପତି ସି  ଜିନପିଙ୍ଗଙ୍କ ଚେନ୍ନାଇ ବିମାନ ବନ୍ଦରରେ ଆଗମନ, ସେଠାରେ ସ୍ଵାଗତ ସମ୍ବର୍ଦ୍ଧନା।

୧ଟା ୪୫PM- ଚୀନ ରାଷ୍ଟ୍ରପତି  ବିମାନ ବନ୍ଦରରୁ ଆଇଟିସ  ହୋଟେଲ ଅଭିମୁଖେ ଯିବେ। କିଛି ସମୟ ବିଶ୍ରାମ ପରେ ମହାବଳୀପୁରମ ଅଭିମୁଖେ ଯାତ୍ରା କରିବେ।

୫ PM- ମହାବଳୀପୁରମରେ ଅର୍ଜୁନଙ୍କ ତପସ୍ୟା ସ୍ଥଳୀ, ପଞ୍ଚରଥ, ମଲ୍ଲପୁରମର ସୋରେ ମନ୍ଦିର ପରିଦର୍ଶନ କରିବେ, ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଥୀରେ ରହିବେ।

୬PM – ସାଂସ୍କୃତିକ କାର୍ଯ୍ୟକ୍ରମ

୬ଟା ୪୫ ରୁ ୮PM – ଦୁଇ ନେତାଙ୍କ ରାତ୍ରୀଭୋଜନ

୧୨ ଅକ୍ଟୋବର  କାର୍ଯ୍ୟସୂଚୀ

୧୦ଟାରୁ ୧୦ଟା ୪୦AM- ଚୀନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତ

୧୦ଟା ୫୦ ରୁ ୧୧ଟା ୪୦AM – ଭାରତ-ଚୀନ ମଧ୍ୟରେ ପ୍ରତିନିଧିମଣ୍ଡଳ ଆଲୋଚନା

୧୧ଟା ୪୫ ରୁ ୧୨-୪୫ AM– ଚୀନ ରାଷ୍ଟ୍ରପତିଙ୍କ ସମ୍ମାନରେ ମଧ୍ୟାହ୍ନଭୋଜନର ଆୟୋଜନ 

୨ PM  – ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ଏବଂ ଚୀନ ରାଷ୍ଟ୍ରପତି ଚୀନ ପ୍ରତ୍ୟାବର୍ତ୍ତନ କରିବେ।

Subscribe

National International State Sports Entertainment