ଚେତାବନୀ ପରେ ବି ବଙ୍ଗଳା ଛାଡ଼ୁ ନାହାନ୍ତି ୨୭ ପୂର୍ବ ସାଂସଦ, ଏବେ ପୋଲିସ କରାଇବ ଖାଲି
Khabar Odisha:national-odisha-27-former-mps-government-house-police-help-chairman-lok-sabha-housing-committee
ନୂଆଦିଲ୍ଲୀ, ଅକ୍ଟୋବର୧୫(ଖବର ଓଡ଼ିଶା):

କଠୋର ନିର୍ଦ୍ଦେଶ ପରେ ବି ନିଜର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ସାଂସଦମାନେ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଖାଲି କରୁନାହାନ୍ତି। ଫଳରେ ଲୋକସଭା ବାସଭବନ ସମିତିର ଅଧ୍ୟକ୍ଷ ୨୭ ପୂର୍ବତନ ସାଂସଦଙ୍କ ବଙ୍ଗଳା ଖାଲି କରାଇବା ନେଇ ଦିଲ୍ଲୀ ପୋଲିସକୁ ପତ୍ର ଲେଖିଛନ୍ତି। ସୂତ୍ରରୁ ହସ୍ତଗତ ସୂଚନା ମୁତାବକ ବଙ୍ଗଳା ଖାଲି କରାଇବା ପାଇଁ ଅଧ୍ୟକ୍ଷ ପୋଲିସଠୁ ସହାୟତା ଲୋଡ଼ିଛନ୍ତି। 

ଏମିତି ୨୭ପୂର୍ବତନ ସାଂସଦ ଅଛନ୍ତି, ଯାହାଙ୍କୁ ନୋଟିସ୍, ଚେତାବନୀ ଦେବା ପରେ ମଧ୍ୟ ଏ ଯାଏ ବାସଭବନ ଖାଲି କରି ନାହାନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦୀ ସରକାର ଗଠନ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସୁପାରିଶ କ୍ରମେ ମେ ୨୫ରେ ୧୬ତମ ଲୋକସଭା ତତ୍କାଳ ପ୍ରଭାବରୁ ଭଙ୍ଗ କରିଥିଲେ। ଏବେ ପୂର୍ବତନ ସାଂସଦ ବଙ୍ଗଳା ଖାଲି କରିନଥିବାରୁ ନବନିର୍ବାଚିତ ସାଂସଦଙ୍କୁ ବଙ୍ଗଳା ମିଳି ପାରୁନାହିଁ। 

ଅନ୍ୟପଟେ ଲୋକସଭା ସଚିବାଳୟ ସଂସଦର ପୁନଃ ନିର୍ମାଣ କିମ୍ବା ନୂତନ ସଂସଦ ଭବନ ନିର୍ମାଣକୁ ନେଇ ସାଂସଦଙ୍କଠୁ ମତାମତ ଲୋଡିଛନ୍ତି। ଲୋକସଭା ସଚିବାଳୟ ସମସ୍ତ ସାଂସଦଙ୍କୁ ଏହି  ବାବଦରେ ପତ୍ର ମଧ୍ୟ ଲେଖିଛନ୍ତି। 

ଚିଠିରେ ଲେଖାଯାଇଛି ଯେ, ସଂସଦ ଭବନର ପୁନଃନିର୍ମାଣ କିମ୍ବା ବର୍ତ୍ତମାନର ପରିସରରେ ସଂପୂର୍ଣ୍ଣ ନୂତନ ସଂସଦ ଭବନ ନିର୍ମାଣ ନେଇ ଗମ୍ଭୀରତାର ସହ ବିଚାର ଚାଲିଛି। ପତ୍ରରେ ସମସ୍ତ ସାଂସଦଙ୍କୁ କୁହାଯାଇଛି ଯେ, ସମସ୍ତ ସାଂସଦ ସଂପ୍ରତି ସଂସଦ ଭବନ ବିଷୟରେ ନିଜର ରାୟ ଦିଅନ୍ତୁ, ଯଦ୍ଵାରା  ସାଂପ୍ରତିକ ବ୍ୟବସ୍ଥାରେ ଥିବା ତ୍ରୁଟି ସୁଧାରିବା, କୌଣସି ଭୁଲ ନିର୍ମାଣ କିମ୍ବା ଅନ୍ୟ କୌଣସି ପ୍ରସଙ୍ଗ ଯେଉଁ କାରଣରୁ ସାଂସଦଙ୍କୁ ନିତିଦିନିଆ କାମରେ ଅସୁବିଧା ସାମ୍ନା କରିବାକୁ  ନପଡ଼େ।

Subscribe

National International State Sports Entertainment