ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର ଆସିଛି । ବଢ଼ିଲା ମହଙ୍ଗା ଭତ୍ତା । ଶନିବାର ବସିଥିବା କ୍ୟାବିନେଟ୍ ବୈଠକରେ କେନ୍ଦ୍ର ସରକାର ମହାଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସରକାର ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ।
ଚଳିତ ବର୍ଷ ବିଳମ୍ବରେ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସରକାର । ପ୍ରତିବର୍ଷ ଜାନୁଆରୀ ରୁ ଜୁନ ମାସରେ ପର୍ୟ୍ୟନ୍ତ ମହଙ୍ଗା ଭତ୍ତା ହୋଲି କିମ୍ବା ମାର୍ଚ୍ଚ ମାସରେ ଘୋଷଣା କରାଯାଇଥାଏ । କିନ୍ତୁ ଏଥର ଏପ୍ରିଲର ମଝିରେ ଘୋଷଣା ହୋଇଛି ।