ପଶ୍ଚିମବଙ୍ଗରେ ମେ ୩୦ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍‌
Khabar Odisha:lockdown-extended-in-westbengal-till-may-30

ପଶ୍ଚିମବଙ୍ଗ,ମେ୧୫(ଖଭର ଓଡିଶା);ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କରୋନା ମହାମରୀ ଲଢେଇ ରେ ସଂପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରିଛନ୍ତି। ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ହେଉଥିବାରୁ ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା କରାଯାଇଛି। 

ନିର୍ବାଚନ ପରେ ସେଠାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ହେଉଥିବା ଦେଖାଯାଉଛି। 

ତାଲାବନ୍ଦ ସମୟ ମଧ୍ୟରେ ଜରୁରୀ ସେବା ବ୍ୟତୀତ ସମସ୍ତ କାର‌୍ୟ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ସମୟରେ ବିଦ୍ୟାଳୟ ଓ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । 

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ କହିବାନୁସାରେ, ତାଲାବନ୍ଦ କୁ କଡାକଡ଼ି ପାଳନ କରାଯିବ। ଏହି ସମୟରେ ବଙ୍ଗଳାରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ କାର‌୍ୟ୍ୟକଳାପ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯିବ। 

ଆସନ୍ତାକାଲି ଠାରୁ କିଛି ବସ୍ ସେବା, ମେଟ୍ରୋ, ଫେରି ସେବା, ଜିମ୍, ସିନେମା ହଲ୍, ସାଲୁନ୍, ସୁଇମିଂ ପୁଲ୍ ବନ୍ଦ ରହିବ।

ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଖାଦ୍ୟ ସାମଗ୍ରୀ ସହ ଜଡିତ ଖୁଚୁରା ଦୋକାନ ଗୁଡ଼ିକ ସକାଳ ୭ ଟାରୁ ୧୦ ଟା ପର‌୍ୟ୍ୟନ୍ତ ଖୋଲା ରହିବ । ରାଜ୍ୟରେ ଧାର୍ମିକ ସ୍ଥାନଗୁଡିକ ମଧ୍ୟ ବନ୍ଦ କରାଯାଇଛି।

ସରକାରୀ ନିର୍ଦ୍ଦେଶ ଅନୁଯାୟୀ ୫୦ ରୁ ଅଧିକ ଲୋକ ବିବାହ ସମାରୋହରେ ଯୋଗ ଦେଇ ପାରିବେ ନାହିଁ। ଏଥି ସହିତ ଆସନ୍ତାକାଲି ଠାରୁ ମେ ୩୦ ପର‌୍ୟ୍ୟନ୍ତ ଘରୋଇ ଟ୍ରେନ , ଟ୍ୟାକ୍ସି ଏବଂ ଅଟୋ ସେବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହେବ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ରାଜ୍ୟରେ ମୋଟ ୧୩୧୭୯୨ ଟି ସକ୍ରିୟ କରୋନା ସଂକ୍ରମଣ ରୋଗୀ ଅଛନ୍ତି। ବର୍ତ୍ତମାନ ପର‌୍ୟ୍ୟନ୍ତ, କରୋନାରେ ୧୨,୯୯୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ ୯୫୦୦୧୭ ଲୋକ ଆରୋଗ୍ୟ ହୋଇଛନ୍ତି।

  • Tags:

Subscribe

National International State Sports Entertainment