ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଛି । ଉଭୟ ଗୃହ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ରହିବା ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭା ଅଧ୍ୟକ୍ଷ ଉପରାଷ୍ଟ୍ରପତି ସିପି ରାଧାକ୍ରୀଷ୍ଣନ ପରମ୍ପରୀ ଅନୁଯାୟୀ ଚା-ପାର୍ଟି ଆୟୋଜନ କରିଛନ୍ତି ।
ଲୋକସଭା ବାଚସ୍ପତିଙ୍କ ଟି-ପାର୍ଟିକୁ ଇଣ୍ଡି ମେଣ୍ଟ ବର୍ଜନ କରିଛି । କଂଗ୍ରେସ, ସମାଜବାଦୀ ପାର୍ଟୀ, ତୃଣମୂଳ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଏଥିରେ ଯୋଗ ଦେଇନାହାଁନ୍ତି ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି । କେବଳ ଡିଏମକେ ନେତା ସାଂସଦ କାନିମୋଜି ବାଚସ୍ପତିଙ୍କ ପାର୍ଟିରେ ଯୋଗ ଦେଇଛନ୍ତି । ବାଚସ୍ପତିଙ୍କ ଟି-ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଏନଡିଏ ସାଂସଦ ଯୋଗ ଦେଇଛନ୍ତି ।
ସେପଟେ ରାଜ୍ୟସଭା ଅଧ୍ୟକ୍ଷ ଉପରାଷ୍ଟ୍ରପତି ସିପି ରାଧାକ୍ରୀଷ୍ଣନ ମଧ୍ୟ ରାଜ୍ୟସଭା ସଦସ୍ୟଙ୍କ ପାଇଁ ଟି-ପାର୍ଟିର ଆୟୋଜନ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ଓ ସୋନିଆ ଗାନ୍ଧୀ ଏଥିରେ ସାମିଲ ହୋଇଛନ୍ତି ।