ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବୁଧବାର ପଦରୁ ଇସ୍ତଫା ଦେଇଛନ୍ତି । ନୂତନ ସରକାର ଗଠନ ନେଇ ହିମନ୍ତ ନିଜର ମନ୍ତ୍ରୀମଣ୍ଡଳ ସହିତ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟପାଳ ଲକ୍ଷ୍ମଣ ଆଚାର୍ୟ୍ୟଙ୍କୁ ହସ୍ତାନ୍ତର କରିଛନ୍ତି । ଏ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି ।
ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଆସାମରେ ବିଜେପି ନେତୃତ୍ୱାଧୀନ ଏନଡିଏ ମୋଟ ୧୦୨ଟି ଆସନ ହାତେଇଛି । ଏହା ପରେ ନୂତନ ସରକାର ଗଢ଼ିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ହିମନ୍ତ ବିଶ୍ୱ ଶର୍ମା ନିଜର ପୁରା କ୍ୟାବିନେଟ୍ ମନ୍ତ୍ରାଳୟ ସହିତ ଇସ୍ତଫା ଦେଇଛନ୍ତି ।
ମେ ୧୧ ତାରିଖରେ ନୂତନ ସରକାରର ମନ୍ତ୍ରୀ ପରିଷଦ ଶପଥ ନେବାର କାର୍ୟ୍ୟକ୍ରମ ରହିଥିବା ଇସ୍ତଫା ପରେ ପ୍ରତିକ୍ରିୟା ରଖିଛନ୍ତି ହିମନ୍ତ ବିଶ୍ୱ ଶର୍ମା । ଏହା ଐତିହାସିକ ବିଜୟ । ତେଣୁ ଶପଥ ସମାରୋହରେ ସାମିଲ ହେବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରାଯିବ । ଖୁବ ଶୀଘ୍ର କେନ୍ଦ୍ରୀୟ ପର୍ୟ୍ୟବେକ୍ଷକଙ୍କ ସହିତ ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତ ଶର୍ମାଙ୍କୁ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇ ତାଙ୍କ ନାମ ଉପରେ ମୋହର ମରାଯିବ ।