ପ୍ରୟାଗରାଜ: ଆଜି ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ମେଳାରେ ପୁଣି ଥରେ ଅଗ୍ନିକାଣ୍ଡ ଘଟିଛି । ମହାକୁମ୍ଭ ମେଳାର ବଜରଙ୍ଗ ଦାସ ମାର୍ଗ ସେକ୍ଟର ୮ରେ ଥିବା କିଛି ଟେଣ୍ଟରେ ନିଆଁ ଲାଗିଥିବା ଜଣାପଡିଛି । ଯାହା ଫଳରେ ତମ୍ବୁ ଓ ଅନ୍ୟାନ୍ୟ ଜିନିଷ ପୋଡି ପାଉଁଶ ହୋଇଯାଇଛି । ତେବେ ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି ।
ତେବେ ମହାକୁମ୍ଭରେ ନିଆଁ ଲାଗିବା ଏହା ପ୍ରଥମ ଘଟଣା ନୁହେଁ । ଗତ ଦୁଇ ଦିନ ତଳେ ସେକ୍ଟର ୧୮ ଓ ୧୯ ରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା । ଯାହା ସର୍ଟ ସର୍କିଟ କାରଣରୁ ହୋଇଥିବା କୁହାଯାଉଥିବା ବେଳେ ଏଥିରେ ଅନେକ ଟେଣ୍ଟ ଜଳିଯିବା ସହ ଗ୍ୟାସ ମଧ୍ୟ ଫାଟିଥିବା ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ଫେବୃଆରୀ ୯ ଓ ୧୩ ମଧ୍ୟରେ ମଧ୍ୟ ମେଳାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ନିଆଁ ଲାଗିଥିଲା ।