ନୂଆଦିଲ୍ଳୀ: ଆଉ ମାତ୍ର କିଛି ସମୟର ଅପେକ୍ଷା । ରାତି ପାହିଲେ ଦିଲ୍ଲୀବାସୀ ବାଛିବେ ସରକାର । ଏଥର ଦିଲ୍ଲୀରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଶେଷ ଅଫର ଘୋଷଣା ହୋଇଛି । ନିର୍ବାଚନରେ ଯେଭଳି ଶତ ପ୍ରତିଶତ ଭୋଟିଂ ହେବ ସେନେଇ ବଡ଼ ଘୋଷଣା କରାଯାଇଛି । ଭୋଟଦାତା ମାନଙ୍କୁ ହୋଟେଲ, ମଲ, ରେସ୍ତୋରାଁରେ ମିଳିବ ୫୦ ପ୍ରତିଶତ ରିହାତି ସୁବିଧା । ଏଥିସହ ଛୋଟ ଛୋଟ ସପ୍, ଚା, କଫି ଦୋକାନ, ବିୟୁଟିପାର୍ଲର, ସେଲୁନ ଓ ସ୍ପାରେ ବି ଏହି ୧୦ ପ୍ରତିଶତ ରିହାତି ସୁବିଧା ମିଳିବ । ତେବେ ଏମିତି ଆକର୍ଷଣୀୟ ଅଫର୍ କେବଳ ଦିଲ୍ଲୀରେ ରେକର୍ଡ ସଂଖ୍ୟକ ମତଦାନ କରିବା ଲାଗି ଦିଆଯାଉଛି । ନିର୍ଦ୍ଦେଶନାମାରେ କୁହାଯାଇଛି କି, ଫେବୃଆରୀ ୬ ତାରିଖ ପର୍ଯ୍ୟନ୍ତ ଏହି ଅଫର୍ ମିଳିବ ।
ଅଧିକ ପଢନ୍ତୁ: ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ; ବିରୋଧୀଙ୍କୁ ଟାଗେର୍ଟ କରି ବର୍ଷିଲେ ମୋଦୀ; କହିଲେ ଆମ ସରକାରରେ ୧୦ ବର୍ଷ ହେଲା ଦୁର୍ନୀତିକୁ ନେଇ ଆସୁନି ହେଡଲାଇନ୍ସ
ଦିଲ୍ଲୀରେ ସାଧାରଣତଃ ସହରାଞ୍ଚଳରେ ଭୋଟ୍ ଦେବାକୁ ଅନେକ ଭୋଟର ଯାଉନଥିବା ଦେଖାଯାଏ, ତେଣୁ ଏଥର ଭୋଟ୍ ସଂଖ୍ୟା ବଢାଇବା ଲାଗି ବଡ଼ ଯୋଜନା କରାଯାଇଛି । ଚାମ୍ବର ଅଫ୍ ଟ୍ରେଡ୍ସ ଏଣ୍ଡ ଇଣ୍ତଷ୍ଟ୍ରୀ ଦିଲ୍ଲୀର ଭୋଟ୍ ସଂଖ୍ୟା ବଢାଇବାକୁ ଏମିତି ଧମାକାଦାର ଅଫର୍ ଘୋଷଣା କରିଛନ୍ତି ।