ୟୁପି ବାଗପତ ଜିଲ୍ଲାରେ କୋଭିଡ-19 ହସ୍ପିଟାଲରୁ ଫେରାର ହୋଇଗଲା କରୋନା ସଂକ୍ରମିତ ନେପାଳ ନାଗରିକ, ମର୍କଜରେ ସାମିଲ ହେବା ପାଇଁ ଭାରତ ଆସିଥିଲେ
Khabar Odisha:coronavirus-update-nepali-man-corona-positive-ran-away-from-hospital-in-baghpat
ଉତ୍ତରପ୍ରଦେଶ, ଏପ୍ରିଲ ୦୭ (ଖବର ଓଡ଼ିଶା):

ଉତ୍ତରପ୍ରଦେଶର ବାଗପାତ ଜିଲ୍ଲାର ଖେକଡାରେ ଥିବା କୋଭିଡ-19 ହସ୍ପିଟାଲ ଜଣେ କରୋନା ପଜିଟିଭ୍ ଆକ୍ରାନ୍ତ ବ୍ୟକ୍ତି ଖସି ପଳାଇଥିବା ଜଣା ପଡିଛି। କୁହାଯାଉଛି ଯେ କରୋନା ପଜିଟିଭ୍ ସୋମବାର ରାତିରେ ହସ୍ପିଟାଲରେ ଶୋଇବା ପାଇଁ ଦିଆଯାଇଥିବା ବେଡସିଟକୁ ରଶି ତିଆରି କରି ଝରକା ବାଟ ଦେଇ ଖସି ପାଳାଇଥିବା ଜଣାପଡିଛି |

ସୂଚନାନୁସାରେ ଖସି ପାଳାଇଥିବା କରୋନା ଆକ୍ରାନ୍ତ ବ୍ୟକ୍ତି ଜଣକ ଜଣେ ନେପାଳ ନାଗରିକ ଥିଲେ। ନେପାଳ କରୋନା ସଂକ୍ରମିତ ବ୍ୟକ୍ତି ଖସିପଳାଇବା ଖବର ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ସାଜିଛି ।

ଏଠାରେ ସୂଚନାଯୋଗ୍ୟ ଯେ ଖସି ପଳାଇଥିବା କରୋନା ସଂକ୍ରମିତ ବ୍ୟକ୍ତି ଜଣକ 19 ମାର୍ଚ୍ଚରେ ଦିଲ୍ଲୀର ନିଜାମୁଦ୍ଦିନ ମାର୍କାଜରେ ହୋଇଥିବା ଜାମାତ କାର୍ଯ୍ୟକ୍ରମରେ ଯୋଗଦେଇ ବାଗପାତ ଅଞ୍ଚଳକୁ ଆସିଥିଲେ। 

ନେପାଳରୁ ସମୁଦାୟ 28 ଜମାଟି ଦିଲ୍ଲୀର ନିଜାମୁଦ୍ଦିନ ମାର୍କାଜ ଯୋଗଦେବା ପାଇଁ ଆସି ଥିଲେ, ସେମାନଙ୍କୁ ଶ୍ରୀକୃଷ୍ଣ କଲେଜ ବାଲାଣୀରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା | ପରେ ସମସ୍ତ ନେପାଳ ନାଗରିକ ମାନଙ୍କ ରକ୍ତ ନମୂନା ପରୀକ୍ଷଣ ପାଇଁ ପଠାଯାଇଥିଲା, ଯେଉଁଥିରେ 58 ବର୍ଷିୟ ଜଣେ ନେପାଳୀ ନାଗରିକ କରୋନା ପଜିଟିଭ୍ ଥିବା ଜଣାପଡିଥିଲା। ଏହା ପରେ ତାଙ୍କୁ ଖେକଡାରେ ନିର୍ମିତ କରାଯାଇଥିବା କୋଭିଡ-19 ହସ୍ପିଟାଲରେ ରଖାଯାଇଥିଲା । ହେଲେ ସେଠାରୁ ସିଏ ଫେରାର ହୋଇଯାଇଥିବା ଜଣାପଡିଛି, ସମ୍ପ୍ରତି ଡାକ୍ତରଖାନାରୁ ପଳାଇଥିବା କରୋନା ପଜିଟିଭକୁ ଖୋଜିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋରଦାର ପ୍ରୟାସ ଜାରି ରଖାଯାଇଛି।

  • Tags:

Subscribe

National International State Sports Entertainment