ନୂଆଦିଲ୍ଲୀ: ଗୋଟିଏ ପଟେ ଅହମ୍ମଦାବାଦ ସାରା ଦେଶକୁ ସ୍ତବ୍ଦ କରିଦେଇଥିବାବେଳେ ଅନ୍ୟପଟେ ଆଉ ଏକ ଏୟାର ଇଣ୍ଡିଆ ବିମାନ ଜରୁରୀ ଅବତରଣ କରିଛି । ଥାଇଲାଣ୍ଡରୁ ଫୁକେଟରୁ ଦିଲ୍ଲୀ ଆସୁଥିବା ବିମାନକୁ ଜରୁରୀ ଅବତର କରିବାକୁ ପଡ଼ିଛି । କୁହାଯାଉଛି କି ବିମାନକୁ ବୋମା ଧମକ ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଶୁକ୍ରବାର ସକାଳ ୯ଟା ୩୦ରେ ଥାଇଲାଣ୍ଡର ରାଜଧାନୀ ଫୁକେଟରୁ ଏୟାର ଇଣ୍ଡିଆ ବିମାନ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା । ଉଡ଼ାଣର ମାତ୍ର କିଛି ସମୟ ମଧ୍ୟରେ ବିମାନରେ ବୋମା ଥିବା ନେଇ ଧମକ ମିଳିଥିଲା । ଏହା ପରେ ବାଧ୍ୟହୋଇ ଚାଳକ ବିମାନକୁ ଆଣ୍ଡାମାନରୁ ଫେରାଇ ନେଇ ଥାଇ ଦ୍ୱୀପର ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲେ । ତେବେ ବୋମା ଥିବା ନେଇ ସେପରି କିଛି ସୂଚନା ମିଳି ପାରି ନାହିଁ ।
ଗତବର୍ଷ ଏୟାର ଇଣ୍ଡିଆକୁ ଏପରି ୧୦୦୦ରୁ ଅଧିକ ମିଛ ଧମକ କଲ୍ ଆସିଥିଲା । ଯାହାକି ୨୦୨୩ ତୁଳନାରେ ୧୦ ଗୁଣା ଅଧିକ ଥିଲା । ଏହା ଦ୍ୱାରା କମ୍ପାନୀର କୋଟି କୋଟି ଟଙ୍କା କ୍ଷତି ହୋଇଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ଅହମ୍ମବାଦ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଏୟାରପୋର୍ଟର ଏୟାରଇଣ୍ଡିଆ ବିମାନ ଏଆଇ୧୭୧ ଉଡ଼ାଣ ଆରମ୍ଭ କରିବାର ମାତ୍ର କେଇ ମିନିଟ୍ ମଧ୍ୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । କ୍ର୍ୟୁ ମେମ୍ବରଙ୍କ ସମେତ ୨୪୧ ଜଣ ମୃତ୍ୟୁ ବରଣ କରିଥିବାବେଳେ ମାତ୍ର ଜଣେ ବିମାନରୁ ଡେଇଁ ପଡ଼ି ନିଜର ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ।