ନୂଆଦିଲ୍ଲୀ: ଗତ ଗୁରୁବାର ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ବଡ଼ ଖବର ସାମ୍ନାକୁ ଆସିଛି । ବିମାନ ବିଜେ ମେଡ଼ିକାଲ କଲେଜ ହଷ୍ଟେଲ ଉପରେ ପଡ଼ିଥିଲା । ଫଳରେ ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଯାତ୍ରୀଙ୍କ ବ୍ୟତୀତ ହଷ୍ଟେଲରେ ଥିବା ଡାକ୍ତରୀ ଛାତ୍ର ଏବଂ ଅନ୍ୟ କର୍ମଚାରୀଙ୍କ ସମେତ ୩୩ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଛି । ତେବେ ଟାଟା ଗ୍ରୁପ ମୃତ ବିମାନ ଯାତ୍ରୀଙ୍କ ପରିବାରକୁ ୧-୧ କୋଟି ସହାୟତା ରାଶି ଦେବ ବୋଲି ଘୋଷଣା କରିଛି । ତେବେ ଅନ୍ୟ ମୃତକଙ୍କ ପାଇଁ ଟାଟା ମଧ୍ୟ ୧-୧ କୋଟି ସହାୟତା ଦେବ ବୋଲି କହିଛି ଟାଟା ଗ୍ରୁପ୍ ।
ସେହିପରି ହଷ୍ଟେଲରେ ଥିବା ଅନେକ ଛାତ୍ର ଗୁରୁତର ଆହତ ମଧ୍ୟ ହୋଇ ଭିନ୍ନ ଭିନ୍ନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ଟାଟା ଗ୍ରୁପ୍ ବହନ କରିବ । ସେହିପରି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ବି ଜେ ମେଡ଼ିକାଲ କଲେ ହଷ୍ଟେଲର ମଧ୍ୟ ଟାଟା ଗ୍ରୁପ୍ ମରାମତି କରିବ । ସେହିପରି କାହାକୁ ଚାକିରି ମିଳିବ କି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରରେ ଟାଟାର ଜଣେ ଅଧିକାରୀ କହିଛନ୍ତି, ଏ ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ । ଏ ନେଇ ତର୍ଜମା ଚାଲିଛି । ତେବେ ସମସ୍ତ ମୃତ ଯାତ୍ରୀଙ୍କୁ ୧ କୋଟି ସହାୟତା ସହିତ ବୀମା କମ୍ପାନୀ ଦ୍ୱାରା ଦେଢ଼ କୋଟି କ୍ଷତିପୂରଣ ମିଳିବ ।