ନୂଆଦିଲ୍ଲୀ: ଦେଶର ସଂସଦ ନିକଟରେ ଲଗାତାର ଦ୍ୱିତୀୟ ଦିନ ପାଇଁ ଜଣେ ସନ୍ଦିଗ୍ଧକୁ ଦେଖିବାକୁ ମିଳିଛି । ଗତକାଲି ଭଳି ଆଜି ମଧ୍ୟ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି । ସଂସଦ ଭବନ ନିକଟରେ ମୁତୟନ ସିଆଇଏସ୍ଏଫ୍ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି । ତାଙ୍କର କାଗଜପତ୍ର ଯାଞ୍ଚ କରାଯାଉଛି । ସେ କାହିଁକି ସେଠାରେ ବୁଲୁଥିଲେ ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ ।
ଶୁକ୍ରବାର ମଧ୍ୟ ଜଣେ ବ୍ୟକ୍ତି କାନ୍ଥ ଡେଇଁ ସଂସଦ ଭିତରକୁ ପ୍ରବେଶ କରିଥିଲେ । ସଂସଦର କାନ୍ଥ ଡେଇଁ ଜଣେ ସନ୍ଦିଗ୍ଧ ଭିତରକୁ ପ୍ରବେଶ କରିଥିଲେ । ବ୍ୟକ୍ତି ଜଣକ ମାନସିକ ଭାବରେ ବିକୃତ ଥିଲେ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ସଂସଦର ବାହାର କାନ୍ଥ ନିକଟରେ ମୁତୟନ ସିଆଇଏସ୍ଏଫ୍ ଏବଂ ଦିଲ୍ଲୀ ପୋଲିସ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଧରି ପକାଇଥିଲେ। ସେ ସମ୍ଭବତଃ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସେ ଉତ୍ତର ପ୍ରଦେଶର ବାସିନ୍ଦା ଅଟନ୍ତି । ତାଙ୍କ ନାମ ରାମା ଭାବରେ (୨୦) ଚିହ୍ନଟ କରାଯାଇଛି। ସେ ମାନସିକ ଭାବରେ ବିକୃତ ପୋଲିସ ସନ୍ଦେହ କରିଛି ।